ବିଜୟ ଶଙ୍କରଙ୍କୁ ନେଇ ଟିମ୍ ଇଣ୍ଡିଆ ଆଶ୍ୱସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ବିଜୟ ଶଙ୍କରଙ୍କୁ ନେଇ ଟିମ୍ ଇଣ୍ଡିଆ ଆଶ୍ୱସ୍ତ

ଲଣ୍ଡନ: ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟାକୁ ଟିମ୍ ମ୍ୟାନେଜମେଣ୍ଟ ଆଶ୍ୱସ୍ତ ହୋଇଛି। ଆଜି ବିଜୟଙ୍କ ସ୍କାନ୍ ରିପୋର୍ଟ ଆସିଛି, ଯେଉଁଥିରେ ତାଙ୍କ ଅଙ୍ଗୁଳିରେ କୌଣସି ଫ୍ରାକଚର୍ ହୋଇନଥିବା ଜଣା ପଡ଼ିଛି। ଶୁକ୍ରବାର ପ୍ରାକ୍ଟିସ୍ ସେସନରେ ଖଲିଲ ଅହମ୍ମଦଙ୍କ ଏକ ଦ୍ରୁତ ବାଉନ୍ସର ବିଜୟ ଶଙ୍କରଙ୍କ ଡାହାଣ ହାତରେ ବାଜିଥିଲା।

ଏହା ପରେ ବିଜୟ ଟ୍ରେନିଂ ଛାଡ଼ି ଡ୍ରେସିଂ ରୁମକୁ ଚାଲିଯାଇଥିଲେ। ତାଙ୍କ ଆହତକୁ ନେଇ ଗ୍ରାଉଣ୍ଡରେ ଉପସ୍ଥିତ ଖେଳାଳି, କୋଚ୍ ରବି ଶାସ୍ତ୍ରୀ ଓ ସପୋର୍ଟ ଷ୍ଟାଫ୍ ଚିନ୍ତା ପ୍ରକଟ କରିଥିଲେ। ଏହା ପରେ ଶଙ୍କରଙ୍କ ହାତର ସ୍କାନ୍ କରାଯାଇଥିଲା, ଯେଉଁଥିଲେ ତାଙ୍କର କୌଣସି ଫ୍ରାକଚର୍ ହୋଇନଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ଆହତ ଯୋଗୁ ଶଙ୍କର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ୱାର୍ମଅପ୍ ମ୍ୟାଚ୍ ଖେଳିନଥିଲେ ଏବଂ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିଲେ।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, “ଶଙ୍କର ବର୍ତ୍ତମାନ ଠିକ୍ ଅଛନ୍ତି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ମେଡିକାଲ୍ ଟିମ୍ ବିଜୟଙ୍କ ଆଘାତ ଉପରେ ନଜର ରଖିବେ। କିନ୍ତୁ ଆଶ୍ୱସ୍ତିକର କଥା ହେଉଛି, ଶଙ୍କରଙ୍କ ଆଘାତ ସେତେଟା ଗୁରୁତର ନୁହେଁ।” ସୂଚନାଯୋଗ୍ୟ, ଏହା ପୂର୍ବରୁ କେଦାର ଯାଦବ ଆହତ ସମସ୍ୟାରେ ଥିଲେ। କିନ୍ତୁ ସେ ବର୍ତ୍ତମାନ ଫିଟ୍ ଅଛନ୍ତି।



from Odisha Reporter http://bit.ly/2WsGZLV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages