ନୂଆ ସରକାର ସହିତ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ: କୁରେସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ନୂଆ ସରକାର ସହିତ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ: କୁରେସି

ନୂଆଦିଲ୍ଲୀ: ଭାରତ ସହିତ ଥିବା ସବୁ ଦ୍ଵିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ କଥାବାର୍ତ୍ତା କରିବାକୁ ଚାହୁଁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଶାହା କୁରେସି କହିଛନ୍ତି। ସରକାରୀ ରେଡିଓ ପାକିସ୍ତାନର ଖବର ଅନୁସାରେ ଶନିବାର ଇଫତାର୍‌ ପାର୍ଟିକୁ ସମ୍ୱୋଧିତ କରି କୁରେସି କହିଥିଲେ, ଭାରତ ଓ ପାକିସ୍ତାନରେ ସମୃଦ୍ଧି ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆଲୋଚନାର ଆବଶ୍ୟକତା ରହିଛି।

କୁରେସିଙ୍କର ଏହି ମନ୍ତବ୍ୟର ଦୁଇଦିନ ପୂର୍ବରୁ ହିଁ ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନରେ ବହୁମତ ହାସଲ କରିଥିଲା ଏବଂ  ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଥିଲା। ମୋଦିଙ୍କର ବିପୁଳ ବିଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମୋଦିଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇବା ସହିତ ଭାରତ-ପାକିସ୍ତାନରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମିଳିମିଶି କାମ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ।

ଇମ୍ରାନ୍ ଖାନ୍ ଇଂରାଜୀ ଓ ଉର୍ଦ୍ଦୁରେ ଟ୍ୱିଟ୍‌ କରି କହିଥିଲେ , “ଭାଜପା ଓ ସହଯୋଗୀ ଦଳର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଦକ୍ଷିଣ ଏସିଆରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ମୋଦିଙ୍କର ସହିତ ମିଶି କାମ କରିବା ପାଇଁ ମୁଁ ଆଶାନ୍ୱିତ। “

ଏହା ପୂର୍ବୁରୁ ଏପ୍ରିଲ ମାସରେ ଇମ୍ରାନ୍‌ ଖାନ୍‌ କହିଥିଲେ, “ତାଙ୍କର ବିଶ୍ୱାସ ଅଛି ଯେ, ଯଦି ସାଧାରଣ ନିର୍ବାଚନରେ ମୋଦି ଜିତିବେ, ତେବେ ଭାରତ ସହିତ ଶାନ୍ତି ପ୍ରତିଷ୍ଠା ତଥା କଶ୍ମୀର ସମସ୍ୟାର ସମାଧାନ ପାଇଁ ଭଲ ଅବସର ମିଳିପାରେ। ଭାରତରେ ସାଧାରଣ ନିର୍ବାଚନର ଫଳାଫଳ ପାକିସ୍ତାନ ପାଇଁ ମହତ୍ତ୍ୱପୂର୍ଣ୍ଣ। ଏହାର କାରଣ, ନୂଆଦିଲ୍ଲୀରେ ନୂଆ ସରକାର ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମ୍ୱନ୍ଧକୁ ଏକ ନୂଆ ଦିଗ ଦେବା ପାଇଁ ବିଚାର କରିବ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ବେଶ ତିକ୍ତ ହୋଇ ପଡ଼ିଛି। “

ତେବେ ନିର୍ବାଚନ ଫଳାଫଳ ବାହାରିବାର ଗୋଟିଏ ଦିନ ପୂର୍ବରୁ ହିଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେସି ଓ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ବୁଧବାର କିର୍ଗିଜ୍‌ସ୍ତାନ ରାଜଧାନୀ ବିଶ୍‌କେକ୍‌ରେ ସାକ୍ଷାତ ହୋଇଥିଲା। ସେଠାରେ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ ପରିଷଦର ବୈଦେଶିକ ମନ୍ତ୍ରୀ ବୈଠକରେ ଉଭୟେ ପରସ୍ପରର ହାଲ୍‌ଚାଲ୍‌ ପଚାରି ବୁଝିଥିଲେ। ଏପରିକି ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପାକିସ୍ତାନ ଇଚ୍ଛା ରଖୁଛି ବୋଲି କୁରେସି, ସୁଷମା ସ୍ୱରାଜଙ୍କୁ କହିଥିଲେ।



from Odisha Reporter http://bit.ly/2VPA9fh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages