କର୍ଣ୍ଣାଟକାରେ ବିଜେପି ନେତାଙ୍କ ଘରେ କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କର୍ଣ୍ଣାଟକାରେ ବିଜେପି ନେତାଙ୍କ ଘରେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ବିଜେପି ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ କ୍ରିଷ୍ନାଙ୍କୁ ଭେଟିଛନ୍ତି କର୍ଣ୍ଣାଟକା କଂଗ୍ରେସର ଦୁଇ ବିଧାୟକ। କର୍ଣ୍ଣାଟକାରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାରର ସ୍ଥାୟିତ୍ୱକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେପି ନେତାଙ୍କ ସହ କଂଗ୍ରେସ ବିଧାୟକଙ୍କ ଭେଟଘାଟ ମେଣ୍ଟ ସରକାରର ସ୍ଥିତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଜି ସକାଳେ ବିଜେପି ନେତା ଏସ.ଏମ୍. କ୍ରିଷ୍ନାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ କଂଗ୍ରେସର ଦୁଇ ବିଧାୟକ ରମେଶ ଜାର୍କୀହୋଲି ଏବଂ ସୁଧାକରଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ସେଠାରେ ବିଜେପି ବିଧାୟକ ଆର.ଅଶୋକ ଓ ବିଜେପି ବିଧାୟକ ଦଳର ନେତା ବି.ଏସ ୟେଦୁରପ୍ପା ଉପସ୍ଥିତ ଥିବା ସୂଚନା ମିଳିଛି। ତେବେ ଏହି ଭେଟଘାଟର ଉଦ୍ଦେଶ୍ୟ କଣ ଥିଲା, ତାହା ସ୍ପଷ୍ଟ ହୋଇ ନାହିଁ।

କିନ୍ତୁ ପରେ ବିଜେପି ବିଧାୟକ ଆର. ଅଶୋକ କହିଛନ୍ତି, କଂଗ୍ରେସ ବିଧାୟକ ଏସ୍.ଏମ୍ କ୍ରିଷ୍ନାଙ୍କୁ ଭେଟିଥିବା କଥା ସେ ଜାଣି ନାହାନ୍ତି, କି କୌଣସି କଂଗ୍ରେସ ବିଧାୟକଙ୍କ ସହ ତାଙ୍କର ବନ୍ଧୁତ୍ୱ ମଧ୍ୟ ନାହିଁ। ସେପଟେ, ମେଣ୍ଟ ସରକାରରେ ସାମିଲ ଥିବା ଜେଡିଏସ ନିଜ ଦଳୀୟ ନେତାଙ୍କୁ ମିଡିଆ ସାମ୍ନାରେ ମୁହଁ ଖୋଲିବା ପାଇଁ ମନା କରିବା ସହ ଟିଭି ବିତର୍କରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ,  ମେଣ୍ଚ ସରକାରରେ କିଛି ଜେଡିଏସ ଓ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ବିଜେପି ସହ ଯୋଗାଯୋଗରେ ଥିବା ବିଜେପି ଦାବି କରୁଛି। ଗତବର୍ଷ ମେ ମାସରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ଜିତିଥିଲା। ହେଲେ ମ୍ୟାଜିକ୍ ନମ୍ୱର ଛୁଇଁ ପାରିନଥିଲା। ଏହାପରେ ଜେଡିଏସ ଓ କଂଗ୍ରେସ ମେଣ୍ଚ କରି ସରକାର ଗଢ଼ିଛନ୍ତି।



from Odisha Reporter http://bit.ly/2MaaJJq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages