
ୱାଶିଂଟନ୍: ଆମେରିକାର ପ୍ରସିଦ୍ଧ ମାଡିସନ୍ ସ୍କୋୟାର ଗାର୍ଡେନ୍ରେ ପ୍ରଥମ ଭାରତୀୟ ରେସଲର ଭାବେ ଲଢ଼େଇ କରି ବଜରଙ୍ଗ ପୁନିଆ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏହି ମ୍ୟାଚ୍ରେ ବଜରଙ୍ଗ ପୁନିଆ ୮-୧୦ରେ ପରାସ୍ତ ହୋଇଛନ୍ତି। ୬୫ କେଜି ବର୍ଗରେ ବଜରଙ୍ଗଙ୍କ ମୁକାବିଲା ୨ ଥର ଆମେରିକାର ନ୍ୟାଶନାଲ ଚାମ୍ପିୟନ ୟାନ୍ନି ଡାଇକୋମାହିଲ୍ଙ୍କ ସହ ହୋଇଥିଲା। ଉଭୟ ରେସଲର ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବଜରଙ୍ଗ ମ୍ୟାଚ୍ରେ ହାରି ଯାଇଥିଲେ।
୨୫ ବର୍ଷୀୟ ବଜରଙ୍ଗ ଏସିଆନ ରେସଲିଂ ଚାମ୍ପିୟନଶିପ୍ର ୬୫ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ଆମେରିକାନ୍ ଗଭର୍ଣ୍ଣିଂ ବଡି ତାଙ୍କୁ ଲଢ଼େଇ କରିବାକୁ ନିମନ୍ତ୍ରଣ କରିଥିଲା। ସେ ପ୍ରଥମ ଭାରତୀୟ ଭାବେ ‘ଗ୍ରାପେଲ ଆଟ୍ ଦ ଗାର୍ଡେନ-ବିଟ୍ ଦ ଷ୍ଟ୍ରିଟ୍’ରେ ଭାଗନେଇଛନ୍ତି। ୨୦୧୦ରୁ ଏହି ଇଭେଣ୍ଟରେ ଅନ୍ତର୍ଜାତୀୟ ରେସଲର ମାନେ ଲଢ଼େଇ କରୁଛନ୍ତି। ଏଠାରେ ବଡ଼ ବଡ଼ ଖେଳାଳିଙ୍କୁ ଲଢ଼େଇ କରିବାକୁ ସୁଯୋଗ ମିଳିଥାଏ।
ବଜରଙ୍ଗ ଗତ ୧୦ଟି ଅନ୍ତର୍ଜାତୀୟ ଚାମ୍ପିୟନଶିପ୍ରେ ୯ଟି ସ୍ୱର୍ଣ୍ଣ ଜିତିଥିଲେ। କେବଳ ୨୦୧୮ ବିଶ୍ୱ ଚାମ୍ପିୟନଶିପ୍ରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମ୍ୟାଚ୍ ପରେ ବଜରଙ୍ଗ କହିଛନ୍ତି,“ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଏହି ମ୍ୟାଚ୍ରେ ମୋତେ ଅନେକ କିଛି ଶିଖିବାକୁ ମିଳିଛି। ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ନିଶ୍ଚିତ ଭାବେ ଜବରଦସ୍ତ କମ୍ବ୍ୟାକ୍ କରିବି।”
from Odisha Reporter http://bit.ly/2Hai4TN
No comments:
Post a Comment