
ବ୍ରିସବେନ୍: ମେ’ ୩୦ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଟିମ୍ ଅଷ୍ଟ୍ରେଲିଆ ଏବେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ସହ ବ୍ରିସ୍ବେନ୍ରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଆରମ୍ଭ କରିଛି। ତେବେ ଏହି ଅଭ୍ୟାସ୍ ମ୍ୟାଚ୍ରେ ବଲ୍ ଟ୍ୟାମ୍ପରିଂ ଯୋଗୁ ବର୍ଷକ ବ୍ୟାନ୍ ପରେ ଟିମ୍ ଅଷ୍ଟ୍ରେଲିଆକୁ ଫେରିଥିବା ଡାଭିଡ୍ ୱାର୍ଣ୍ଣର ଖାତା ଖୋଳିବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ଷ୍ଟିଭ୍ ସ୍ମିଥ ନିଜର କମ୍ବ୍ୟାକ୍ ମ୍ୟାଚ୍ରେ ଅପରାଜିତ ୮୯ ରନ୍ର ଇନିଂସ୍ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
ଅଷ୍ଟ୍ରେଲିଆ ଏହି ଅଭ୍ୟାସ୍ ମ୍ୟାଚ୍ରେ ୬ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏକାଦଶ ଏହି ଟାର୍ଗେଟକୁ ୩ ୱିକେଟ୍ ହରାଇ ୪୭.୨ ଓଭରରେ ହାସଲ କରିନେଇଛି।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଅନ୍କ୍ୟାପଡ୍ ୱିଲ ୟଙ୍ଗ ୧୦୩ ରନ୍ର ଇନିଂସ୍ ଖେଳିଥିବା ବେଳେ ଟମ୍ ଲଥାମ ଅପରାଜିତ ୬୯ ରନ୍ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜି ୱାର୍କର ୫୬ ରନ୍ କରିଥିଲେ।
ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ଫେଲ ମାରିଥିଲେ ହେଁ ଉସମାନ ଖ୍ୱାଜା ୫୬ ଓ ଗ୍ଲେନ୍ ମ୍ୟାକ୍ସୱେଲ ୫୨ ରନ୍ର ଇନିଂସ୍ ଖେଳିଥିଲେ।
from Odisha Reporter http://bit.ly/2J6oMO1
No comments:
Post a Comment