ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

ନୂଆଦିଲ୍ଲୀ: ଆତ୍ମଘୋଷିତ ଯୋଗ ଓ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଆନନ୍ଦ ଗିରି ତାଙ୍କର ୨ ମହିଳା ଅନୁଗାମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ସିଡ୍‌ନୀଠାରେ ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଗୋଟିଏ ଘଟଣା ଘଟିଥିବାବେଳେ ଅନ୍ୟ ଏକ ଘଟଣା ୨୦୧୮ ମସିହା ନଭେମ୍ବରର ବୋଲି ଜଣାପଡ଼ିଛି। ସେ ୬ ସପ୍ତାହ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅବସରରେ ତାଙ୍କୁ ଗିରଫ କରାଯାଇଛି। ସେ ଏହାପରେ ଭାରତ ଫେରିବାର ଥିଲା।

ତାଙ୍କ ଜାମିନ୍‌ ଆବେଦନ କୋର୍ଟ ଖାରଜ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ରିମାଣ୍ଡରେ ନିଆଯାଇଛି।

ଆନନ୍ଦ ଗିରି ଉତ୍ତରପ୍ରଦେଶ ପ୍ରୟାଗରାଜର ବଡ଼େ ହନୁମାନ ମନ୍ଦିରର ଏବଂ ମଠ ବାଘମ୍ବରୀ ଗାଦିର ମହନ୍ତ। ସେ ଯୋଗଗୁରୁ ରାମଦେବଙ୍କ ସହିତ ମଧ୍ୟ ଯୋଗାଭ୍ୟାସ କରିଥିବା ଜଣାପଡ଼ିଛି। ଏପରିକି ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟ କରନ୍ତି।



from Odisha Reporter http://bit.ly/2JrJE1E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages