
କଲମ୍ବୋ: ୨୧ ଏପ୍ରିଲ ଶ୍ରୀଲଙ୍କା ବିସ୍ଫୋରଣ ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ଏବେ ଚର୍ଚ୍ଚାରେ। ପ୍ରଥମେ ବୁର୍ଖା ବ୍ୟାନ୍ ପରେ ଏବେ ନୂଆ ପଦକ୍ଷେପ ସ୍ୱରୂପ କର୍ତ୍ତୃପକ୍ଷ କହିଛନ୍ତି ସମସ୍ତ ଖଣ୍ଡା ଏବଂ ଛୁରି ଏବେ ପୁଲିସ୍ ହେପାଜତରେ ଦେବାକୁ ହେବ। ସୁରକ୍ଷା ଦୃଷ୍ଟିକୋଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଶନିବାର ଶ୍ରୀଲଙ୍କା ପୁଲିସ୍ ପକ୍ଷରୁ କୁହାଯାଇଥିଲା, ଲୋକଙ୍କ ପାଖରେ ରବିବାର ଯାଏ ସମୟ ଅଛି। ସେମାନେ ନିକଟସ୍ଥ ଥାନାରେ ଖଣ୍ଡା ଏବଂ ଛୁରି ପୁଲିସ୍କୁ ହସ୍ତାନ୍ତର କରିପାରିବେ।
ପୁଲିସ୍ ଆହୁରି ମଧ୍ୟ ଅନୁରୋଧ କରିଛି କଲମ୍ବୋରେ କେହି ମଧ୍ୟ ପୂର୍ବାହ୍ଣ ୧ଟା ପରେ ସ୍କୁଲ ନିକଟରେ ଗାଡ଼ି ପାର୍କ କରିବେନି। ଏପରି ସ୍ଥାନରେ ହିଁ ସ୍ପେଶାଲ ସର୍ଚ୍ଚ ଅପରେସନ୍ କରାଯିବା କାରଣରୁ ଏହି ସତର୍କବାଣୀ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ୨୫୩ ଜଣଙ୍କ ଜୀବନ ନେଇଥିବା ଏବଂ ୫୦୦ ଜଣଙ୍କୁ ଆହତ କରିଥିବା ଶ୍ରୀଲଙ୍କାରେ ସିରିଜ୍ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥାମାନେ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛନ୍ତି। ଆଜି ବା ରବିବାର ଏହି ନରସଂହାର ଘଟଣାକୁ ଦୁଇ ସପ୍ତାହ ପୂରଣ ହେଉଛି। ଏହି ବିସ୍ଫୋରଣ ମୁଖ୍ୟତଃ ଚର୍ଚ୍ଚ ଏବଂ ହୋଟେଲକୁ ଲକ୍ଷ୍ୟ କରି କରାଯାଇଥିଲା। ଆକ୍ରମଣ ସମୟରେ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀମାନେ ଇଷ୍ଟର ପାଳନ କରୁଥିଲେ।
from Odisha Reporter http://bit.ly/2PMllwm
No comments:
Post a Comment