ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ୱର ୱାନ, ମୋଦିଙ୍କ ଏପରି ମନ୍ତବ୍ୟର କଡ଼ା ଜବାବ ଦେଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ୱର ୱାନ, ମୋଦିଙ୍କ ଏପରି ମନ୍ତବ୍ୟର କଡ଼ା ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ: ବଫର୍ସ ଘୋଟାଲା ମାମଲାରେ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଦୁର୍ନୀତିରେ ୧ ନମ୍ୱର ନେତା ଥିଲେ। ସେ କେବଳ ଗୋଟିଏ କୋଟେରି ଦ୍ୱାରା ହିଁ କ୍ଲିନ୍ ଚିଟ୍ ପାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ଏକ ନିର୍ବାଚନରୀ ରାଲିରେ ଏପରି କହିବା ପରେ ଆଜି କଡ଼ା ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ମହାସିଚବ ପ୍ରୟିଙ୍କା ଗାନ୍ଧି।

ଦେଶ ପାଇଁ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ମୃତ୍ୟୁ ହୋଇଛି ବୋଲି ରାହୁଲ ଗାନ୍ଧି ଆଜି ଟ୍ୱିଟ୍ କରି କହିବା ସହ ଆଗାମୀ ଦିନରେ ମୋଦିଙ୍କୁ ତାଙ୍କ କର୍ମ ଉଚିତ ଜବାବ ଦେବ ବୋଲି ରାହୁଲ କହିଛନ୍ତି।

ଏହାପରେ ପ୍ରୟିଙ୍କା ଗାନ୍ଧି ଟ୍ୱିଟରରେ ପ୍ରତିକ୍ରିୟା ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ସହିଦଙ୍କ ନାଁରେ ଭୋଟ ଭିକ୍ଷା କରୁଥିବା ବେଳେ ତାଙ୍କ ବାପାଙ୍କୁ ନିର୍ବାଚନ ବେଳେ ସମାଲୋଚନା କରିବା ଅପମାନ ଅଟେ। ରାଜୀବ ଗାନ୍ଧିଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଏପରି କହିବା ନିନ୍ଦନୀୟ ବୋଲି ପ୍ରିୟଙ୍କା କହିଛନ୍ତି।

ରାଫେଲ ପ୍ରସଙ୍ଗରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧି ବାରମ୍ବାର ସମାଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜୀବ ଗାନ୍ଧିଙ୍କ ସରକାର ବେଳେ ହୋଇଥିବା ବଫର୍ସ ଘୋଟାଲା କଥା ଉଠାଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2vDbm39

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages