ପଶ୍ଚିମବଙ୍ଗ: ଚମକିଲେ ସବୁ ଷ୍ଟାର, ମୁନ୍‌ମୁନ୍‌ଙ୍କୁ ବେଡ୍‌ ଟି’ ଅଡ଼ୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ପଶ୍ଚିମବଙ୍ଗ: ଚମକିଲେ ସବୁ ଷ୍ଟାର, ମୁନ୍‌ମୁନ୍‌ଙ୍କୁ ବେଡ୍‌ ଟି’ ଅଡ଼ୁଆ

କୋଲକାତା: ତାରକା ଖଚିତ ଥିଲା ଏଥରର ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନ। ବିଶେଷ କରି ମମତା ବାନାର୍ଜୀଙ୍କ ତୃଣମୂଳ ଗୁରୁତ୍ୱପୂର୍ଣ୍ଣ ଆସନଗୁଡ଼ିକରେ ସିନେ ତାରକାମାନଙ୍କୁ ଲଢ଼ାଇଥିଲା। ଆଉ ବିଜେପି ମଧ୍ୟ ଏଥିରେ ପଛରେ ପଡ଼ିନଥିଲା। ପ୍ରାୟ ସମସ୍ତ ତାରକା ନିର୍ବାଚନ ଆକାଶରେ ବେଶ ଚମକି ଥିବାବେଳେ ମୁନ୍‌ମୁନ୍‌ ସେନ୍‌ ତାଙ୍କର ‘ବେଡ୍‌ ଟି’ ମନ୍ତବ୍ୟ ପାଇଁ ପଛରେ ପଡ଼ିଛନ୍ତି।

ଟିଏମ୍‌ସି ଶତାବ୍ଦୀ ରୟ, ମିମି ଚକ୍ରବର୍ତ୍ତୀ, ନୁସ୍‌ରତ୍‌ ଜହାନ, ମୁନ୍‌ମୁନ୍‌ ସେନ୍‌ ଏବଂ ଦେବ୍‌ଙ୍କୁ ପ୍ରାର୍ଥୀ କରିଥିଲା। ଆଉ ବିଜେପି ନିଜର ତାରକା-ନେତା ବାବୁଲ ସୁପ୍ରିୟୋ ଏବଂ ଲକେଟ୍‌ ଚାଟାର୍ଜୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଟିଏମ୍‌ସି ମିମି ଏବଂ ନୁସ୍‌ରତ୍‌ଙ୍କୁ ଦୁଇ ଗୁରୁତ୍ୱପୂର୍ଣ୍ଣ ଆସନ ଯଥାକ୍ରମେ ଯାଦବପୁର ଏବଂ ବରିସାତ୍‌ରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେବା ପରେ ଏହାକୁ ନେଇ ସୋଶାଲ ମିଡିଆରେ ଖୁବ୍‌ ମଜାଳିଆ ଫଟୋ ଏବଂ ଜୋକ୍‌ସବୁ ଭାଇରାଲ ହୋଇଥିଲା। କିଛି ପୋଷ୍ଟ କରିଥିଲେ, ଏଇଟା ଆଇପିଏଲ୍‌ ନୁହେଁ ଯେ ଚିଅରଲିଡର୍ସ ଲୋଡ଼ା ପଡ଼ିବେ। ତେବେ ଭୋଟ୍‌ ଗଣତି ଲୋକଙ୍କ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରିଛି। ଏହା ପ୍ରମାଣିତ କରିଛି ସେମାନେ କେବଳ ସିନେମା ହଲରେ ନୁହେଁ ରାଜନୀତି ମଇଦାନରେ ମଧ୍ୟ ଚମକିପାରନ୍ତି।

ଅନ୍ୟପକ୍ଷରେ ବୀରଭୂମରୁ ଲଢ଼ୁଥିବା ଶତାବ୍ଦୀ ରୟ ଏବେ ନିଜ ପକେଟ୍‌ରେ ୪୫ ପ୍ରତିଶତ ଭୋଟ୍‌ ହାସଲ କରି ଏହି ଆସନରେ ଆଗୁଆ ଅଛନ୍ତି। ସେ ବର୍ତ୍ତମାନ ମଧ୍ୟ ସାଂସଦ ଅଛନ୍ତି। ସେହିଭଳି ମିମି ଚକ୍ରବର୍ତ୍ତୀ ବିଜେପିର ଅନୁପମ ହାଜ୍‌ରାଙ୍କଠାରୁ ଆଗରେ ଅଛନ୍ତି। ନୁସରତ୍‌ ଜହାନ ଗୁରୁତ୍ୱପୂର୍ଣ୍ଣ ଆସନ ବସିରହାଟ୍‌ରେ ବେଶ୍‌ ଆଗରେ ଅଛନ୍ତି। ସେହଭିଳି ଘଟାଲରୁ ଲଢ଼ୁଥିବା ଦେବ୍‌ ୪୭% ଭୋଟ୍‌ ସହ ବିଜେପିର ଭାରତୀ ଘୋଷଙ୍କ ବିପକ୍ଷରେ ଆଗୁଆ ଅଛନ୍ତି।

ସେହିଭଳି ବିଜେପିର ଲକେଟ୍‌ ଚାଟାର୍ଜୀ ଦୁଇ ଦୁଇ ଥର ଟିଏମ୍‌ସି ଟିକେଟ୍‌ରୁ ଜିତିଥିବା ରତ୍ନା ଡି ନାଗ୍‌ଙ୍କଠାରୁ ଆଗରେ ଅଛନ୍ତି। ଅନ୍ୟପକ୍ଷରେ ତାଙ୍କ ଦଳର ବାବୁଲ ସୁପ୍ରିୟୋ ଆସନ୍‌ସୋଲରେ ଟିଏମସିର ଅଭିନେତ୍ରୀ ମୁନ୍‌ମୁନ୍‌ ସେନଙ୍କ ବିରୋଧରେ ଆଗୁଆ ଅଛନ୍ତି।

ମୁନ୍‌ମୁନ୍‌ ସମ୍ଭବତଃ ଏକମାତ୍ର ସିନେ ତାରକା ଭାବରେ ବିଫଳତାର ସ୍ୱାଦ ଚାଖିବେ। ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ଦଙ୍ଗା ସମୟରେ ତାଙ୍କ ମନ୍ତବ୍ୟ ବେଶ୍‌ ଚର୍ଚ୍ଚାରେ ଥିଲା। ସେ ଏହା ବିଷୟରେ ଜାଣିନଥିବା ଦର୍ଶାଇ କହିଥିଲେ, ମୁଁ ଡେରିରେ ଉଠିଲି, ମୋ ବେଡ୍‌ ଟି ଆସିବାରେ ଡେରି ହେଇଗଲା। ସେ ଆହୁରି ମଧ୍ୟ ବିଦ୍ୟାସାଗରଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ଛୋଟ ଘଟଣା କହି ବିବାଦରେ ଫସିଥିଲେ। ସେ ପରେ କହିଥିଲେ ମୁଁ ମୂର୍ତ୍ତିଭଙ୍ଗା ବାବଦରେ ଜାଣିନଥିଲି, କେବଳ ଗଣ୍ଡଗୋଳ କଥା କହୁଥିଲି।



from Odisha Reporter http://bit.ly/2HMAytU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages