‘ଏ ଝିଅ କିଛି କରି ପାରିବ ନାହିଁ’ : ସ୍ମୃତିଙ୍କୁ କହିଥିଲେ ପଣ୍ଡିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

 ‘ଏ ଝିଅ କିଛି କରି ପାରିବ ନାହିଁ’ : ସ୍ମୃତିଙ୍କୁ କହିଥିଲେ ପଣ୍ଡିତ

ନୂଆଦିଲ୍ଲୀ: ‘କ୍ୟୁକି ଶାଶ ଭି କଭି ବହୂ ଥି’ ର ବୋହୂ ତୁଳସୀ ବିରାନୀ ଏବେ ଭାରତୀୟ ରାଜନୀତିରେ ବେଶ ଅଭିଜ୍ଞ। ହେଲେ ଏବେ ସେ ପରିଚିତ ସ୍ମୃତି ଇରାନୀ ନାମରେ। ଏହି ସ୍ଥାନରେ ପହଞ୍ଚିବାକୁ କିନ୍ତୁ ତାଙ୍କୁ କରିବାକୁ ପଡିଛି କଡା ସଂଘର୍ଷ। ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ଆତ୍ମବିଶ୍ୱାସ ଯୋଗୁ  ସେ ପାଇ ପାରିଛନ୍ତି ଏହି ପରିଚୟ ।

ଗାନ୍ଧୀ ପରିବାରର ସିଟ୍‌ କୁହାଯାଉଥିବାରୁ ଆମେଠିରୁ ସ୍କୃତି ଭାରତୀୟ ଜନତା ପାର୍ଟି ଟିକେଟରେ ଲଢୁଛନ୍ତି ନିର୍ବାଚନ। ଆଉ ତାଙ୍କ ବିପକ୍ଷରେ ଛିଡା ହୋଇଛନ୍ତି ଖୋଦ କଂଗ୍ରେସ ମହାସଚିବ ରାହୁଲ ଗାନ୍ଧୀ। ଫଳାଫଳ ସମ୍ପୂର୍ଣ୍ଣ ଘୋଷଣା ହୋଇ ନଥିବା ବେଳେ କଂଗ୍ରେସର ଗଡ କୁହାଯାଉଥିବା ଆମେଠିରେ କିନ୍ତୁ ରାହୁଲଙ୍କୁ ପଛରେ ପକାଇ ଲିଡ୍‌ କରୁଛନ୍ତି ସ୍ମୃତି।

ସ୍ମୃତିଙ୍କ ପିଲା ଦିନ ମଧ୍ୟ ଥିଲା ବେଶ୍‌ ରୋଚକପୂର୍ଣ୍ଣ। ଏକ ସାଧାରଣ ପରିବାରରୁ ଆସିଥିବା ସ୍ମୃତିଙ୍କୁ କରିବାକୁ ପଡିଛି ବହୁ ସଂଘର୍ଷ। ଦିନେ ଘରକୁ ଆସିଥିବା ଜଣେ ପଣ୍ଡିତ ସ୍ମୃତିଙ୍କ ହାତ ଦେଖି ଏହି ଝିଅର ଭବିଷ୍ୟତ ସେପରି କିଛି ଖାସ୍‌ ଉଜ୍ଜ୍ୱଳ ନ ଥିବା ବେଳେ ସେ କିଛି କରି ପାରିବ ନାହିଁ ବୋଲି କହିଥିଲେ। ଫଳରେ ତାଙ୍କ ବାପାମା’ ମଧ୍ୟ ଝିଅ ଉପରୁ ବିଶ୍ୱାସ ଉଠାଇ ଦେଇଥିଲେ। ହେଲେ ଆତ୍ମବିଶ୍ୱାସୀ ସ୍ମୃତି ୧୦ ବର୍ଷ ପରେ ଦେଖା କରିବାକୁ ସେହି ପଣ୍ଡିତକୁ କହିଥିଲେ। ଏହାପରେ ସେ ଘର ଛାଡି ମୁମ୍ୱାଇ ପଳାଇ ଆସିଥିଲେ।

କାଳକ୍ରମେ ଏଠାରେ ଏକତା କପୁରର ଶୋ’ରେ କାମ କରିବାର ସୁଯୋଗ ପାଇ ଘରେ ଘରେ ପରିଚିତ ହୋଇ ପାରିଥିଲେ। ୧୯୯୭ ମସିହାରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲକୁ ଉତ୍ତିର୍ଣ୍ଣ ହୋଇପାରିଥିଲେ। ହେଲେ ଏତିକିରେ ସନ୍ତୁଷ୍ଟ ହୋଇପାରିଲେନି ସେ। ଏହାପରେ ଜୀବନରେ ଆଉ କିଛି କରିବାର ସ୍ୱପ୍ନ ନେଇ ଡେଇଁଥିଲେ ରାଜନୀତିକୁ। ଆଉ ଏଠାରେ ମଧ୍ୟ ଭାଗ୍ୟ ତାଙ୍କ ସାଥ୍‌ ଦେଇଛି। ବଡ ବଡ ତୁଙ୍ଗ ନେତା ମନ୍ତ୍ରୀ ପଦ ପାଇପାରୁ ନ ଥିବା ବେଳେ ସ୍ମୃତି  କିନ୍ତୁ ହୋଇସାରିଲେଣି କେନ୍ଦ୍ର ମନ୍ତ୍ରୀ । ଏଥର କ’ଣ କହୁଛି ସ୍ମୃତିଙ୍କ ଭାଗ୍ୟ, ତାହା ମଧ୍ୟ ଖୁବ୍‌ ଶୀଘ୍ର ସ୍ପଷ୍ଟ ହୋଇଯିବ।



from Odisha Reporter http://bit.ly/2HyXcH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages