ମୋଦିଙ୍କୁ କ୍ଲିନଚିଟ୍ ନେଇ ନିର୍ବାଚନ କମିଶନରେ ମତଭେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ମୋଦିଙ୍କୁ କ୍ଲିନଚିଟ୍ ନେଇ ନିର୍ବାଚନ କମିଶନରେ ମତଭେଦ

SUNIL-ARORA-ASHOK-LAWASA-ELECTION-COMMISSION

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନ ଦେଇଥିବା କ୍ଲିନ ଚିଟକୁ ନେଇ ନିର୍ବାଚନ କମିଶନଙ୍କ ତିନି ଜଣିଆ କମିଟିରେ ମତଭେଦ ଥିବା କଥା ଏବେ ସାମ୍ନାକୁ ଆସିଛି। ଆଚରଣ ବିଧି ଉଲ୍ଲଂଘନ ନେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ବୈଠକକୁ ଅନ୍ୟତମ ନିର୍ବାଚନ କମିଶନର ଅଶୋକ ଲାବାସା ନ ଆସିବା ପରେ ଏହି ବିବାଦ ସାମ୍ନାକୁ ଆସିଛି।

ତେବେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଏବଂ ୨୩ ତାରିଖରେ ଭୋଟ ଗଣତି ରହିଥିବା ବେଳେ ଏଭଳି ସ୍ଥିତିରେ ନିର୍ବାଚନ କମିଶନର ଅଶୋକ ଲାବାସାଙ୍କ ଆପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ପ୍ରସଙ୍ଗରେ ସମସ୍ତଙ୍କ ବିଚାରଧାରା ଏକ ହେବା ସ୍ୱାଭାବିକ ନୁହେଁ। ତେବେ ଏହି ଘଟଣା ମିଡିଆରେ ପ୍ରକାଶ ପାଇବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର  ସୁନୀଲ ଅରୋରା।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ୱାର ନିର୍ବାଚନ କମିଶନ କ୍ଲିନ୍ ଚିଟ୍ ଦେବା ନେଇ ଆପତ୍ତି ଉଠାଇଥିଲେ ନିର୍ବାଚନ କମିଶନର ଅଶୋକ ଲାବାସା। ନିଷ୍ପତ୍ତି ନିଆଯାଉଥିବା ସମୟରେ ଲାବାସାଙ୍କ ମତକୁ ରେକର୍ଡ କରାଯାଉନଥିଲା ସେ ଦର୍ଶାଇଥିଲେ। ଏହାପରେ ଅଶୋକ ଲାବାସା ଆଚରଣ ଉଲ୍ଲଂଘନ ଅଭିଯୋଗ ସଂକ୍ରାନ୍ତ ବୈଠକରେ ଯୋଗ ଦେଇନଥିଲେ ବୋଲି ଜଣାପଡ଼ିଥିଲା। ତେବେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ ଅଶୋକ ଲାବାସା ନିଜ ଅସନ୍ତୋଷ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଜଣାଇଥିଲେ ବୋଲି ଏଥିରେ କୁହାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ କଂଗ୍ରେସ ୧୧ଟି ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ କରିଥିଲା। ହେଲେ ନିର୍ବାଚନ ଆୟୋଗ କୌଣସି ମାମଲାରେ ମୋଦିଙ୍କୁ ନୋଟିସ କରିନଥିଲେ କି ତାଙ୍କ ବିରୋଧରେ ଅଭିଯୋଗ ଦାୟର ହୋଇଥିବା ନିର୍ବାଚନ କମିଶନଙ୍କ ଓ୍ୱେବସାଇଟରେ ଦେଖିବାକୁ ମିଳିନଥିଲା।

ତେବେ ସୁନୀଲ ଅରୋରାଙ୍କୁ ଲାବାସାଙ୍କ ଚିଠି ମିଳିବା ପରେ ତାଙ୍କୁ ଭେଟିଥିଲେ। ହେଲେ ଲାବାସା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2LPYqC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages