ବିଶ୍ୱକପ୍‌ ପାଇଁ ଫିଟ୍‌ ହେଲେ ଏହି ଷ୍ଟାର ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବିଶ୍ୱକପ୍‌ ପାଇଁ ଫିଟ୍‌ ହେଲେ ଏହି ଷ୍ଟାର ଖେଳାଳି

ମୁମ୍ବାଇ: ଆସନ୍ତା ୩୦ ତାରିଖରେ ଆରମ୍ଭ ହେଉଥିବା ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭ ଖବର ଆସିଛି। ଆହତ ହୋଇଥିବା କାରଣରୁ ଆଇପିଏଲ୍‌ର ଶେଷ ଭାଗରେ ମ୍ୟାଚ୍‌ ଖେଳି ପାରି ନଥିବା ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ତଥା ସ୍ପିନର କେଦାର ଯାଦବ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି। ଆଜି ତାଙ୍କ ଫିଟନେସ୍ ଟେଷ୍ଟ ହୋଇଥିଲା ଓ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା ବିଶ୍ୱକପ୍‌ ସ୍କ୍ୱାଡ୍‌ରେ କେଦାର ଯାଦବ ରହିଥିଲେ। ତେବେ ଆହତ ଥିବା କାରଣରୁ ତାଙ୍କର ବିଶ୍ୱକପ୍‌ରେ ଖେଳିବା ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ଫିଟ୍‌ ଥିବାରୁ ସେ ଆସନ୍ତା ୨୨ ତାରିଖରେ ବିଶ୍ୱକପ୍‌ ମ୍ୟାଚ ଖେଳିବା ପାଇଁ ଅନ୍ୟ ସଦସ୍ୟମାନଙ୍କ ସହ ଇଂଲଣ୍ଡ ଗସ୍ତ କରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

କେଦାର ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପକ୍ଷରୁ ଖେଳୁଥିଲେ। ତେବେ ପଞ୍ଜାବ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। କେଦାର ଭାରତ ପାଇଁ ୫୯ଟି ଦିନିକିଆ ଖେଳି ୪୩.୫୦ ହାରରେ ୧୧୭୪ ରନ୍‌ ହାସଲ କରିଛନ୍ତି। ଏଥିରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ବୋଲିଂରେ ୨୭ଟି ୱିକେଟ୍‌ ମଧ୍ୟ ଦଖଲ କରିଛନ୍ତି।



from Odisha Reporter http://bit.ly/2Wj4ZRP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages