
ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଏସ୍ପି ସ୍ମିଥ୍ ପରମାରଙ୍କ ନିକଟରେ ଆଜି ଜଣେ କ୍ୟାଡର୍ ନକ୍ସଲ୍ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ପର୍ଶୁରାମ ଧରୁଆ ଓରଫ ମଣ୍ଟୁ।
ଆତ୍ମସମର୍ପଣ ସମୟରେ ସେ ଏକ ବନ୍ଧୁକ ଓ ୧୫ ରାଉଣ୍ଡ ଗୁଳି ପୁଲିସ୍କୁ ହସ୍ତାନ୍ତର କରିଥିଲେ।
ନୂଆପଡ଼ା, କଳାହାଣ୍ଡି ଓ ଛତିଶଗଡ଼ର ବିଭିନ୍ନ ନକ୍ସଲ ଆକ୍ରମଣରେ ପର୍ଶୁରାମ ସାମିଲ ଥିଲେ। ରାଜ୍ୟ ସରକାର ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ନୂଆପଡ଼ା ଏସ୍ପି କହିଛନ୍ତି,“ଆଜି ପର୍ଶୁରାମ ଧରୁଆ ଜିଲ୍ଲା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କଳାହାଣ୍ଡି, ନୂଆପଡ଼ା ଓ ଗରିଆପାଲି ଅଞ୍ଚଳ ପାଇଁ କାର୍ଯ୍ୟ କରୁଥିଲେ। ୨୦୧୭ ମସିହା ଜୁନ୍ ମାସରୁ ସେ ସିନାପାଲ ଏଲଓସିର ପାର୍ଟିମେମ୍ବର ଭାବେ କାର୍ଯ୍ୟ କରୁଥିଲେ। ତା’ ପୂର୍ବରୁ ଦୁଇ ବର୍ଷ ମିଲିସିଆରେ କାମ ଭାବେ କରିଥିଲେ।”
ସେ ଆହୁରି କହିଛନ୍ତି,“ପର୍ଶୁରାମ ନକ୍ସଲ ସଂଗଠନର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଆତ୍ମସର୍ମପଣ କରିଛନ୍ତି। ପୂର୍ବରୁ ଚାରି ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କୁ ଦେଖି ଅନ୍ୟମାନଙ୍କର ସରକାରଙ୍କ ଉପରେ ବିଶ୍ୱାସ ଆସୁଛି। ସେମାନେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରୁଛନ୍ତି।”
from Odisha Reporter http://bit.ly/2W6486M
No comments:
Post a Comment