ବିଶ୍ୱକପ୍ ଟିମରେ ସ୍ଥାନ ପାଇଲେନି, ଏମିତି ପ୍ରତିବାଦ କଲେ ଏହି କ୍ରିକେଟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ବିଶ୍ୱକପ୍ ଟିମରେ ସ୍ଥାନ ପାଇଲେନି, ଏମିତି ପ୍ରତିବାଦ କଲେ ଏହି କ୍ରିକେଟର୍

କରାଚୀ: ଆଇସିସି ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମର ଘୋଷଣା ହୋଇଛି। ଟିମରୁ ଜୁନେଦ୍ ଖାନ୍, ଆବିଦ୍ ଅଲୀ ଓ ଫହୀମ ଅସରଫଙ୍କୁ ବାଦ୍ ଦିଆଯାଇଛି। ଏହି ତିନି ଖେଳାଳିଙ୍କ ସ୍ଥାନରେ ୱହାଜ ରିଆଜ, ଆସିଫ୍ ଅଲୀ ଓ ଆମୀର ଖାନଙ୍କୁ ସାମିଲ୍ କରାଯାଇଛି। ତେବେ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପେସ୍ ବୋଲର ଜୁନେଦଙ୍କୁ ବହୁତ ବାଧିଛି।

ଜୁନେଦ୍ ଇଂଲଣ୍ଡ ବିପକ୍ଷ ସିରିଜରେ ମାତ୍ର ୨ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ ଏବଂ ଏଥିରେ ସେ ପ୍ରଚୁର ରନ୍ ବ୍ୟୟ କରିଥିଲେ। ଏହି ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିନାହିଁ। ତେବେ ବାଦ୍ ପଡ଼ିବା ନେଇ ଜୁନେଦ୍ ଭିନ୍ନ ଢ଼ଙ୍ଗରେ ଏହାର ପ୍ରତିବାଦ୍ କରିଛନ୍ତି। ସେ ଟ୍ୱିଟରରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ମୁହଁରେ କଳା ଟେପ୍ ଲଗାଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, “ମୁଁ କିଛି କହିବାକୁ ଚାହୁଁନି। ସତ ସର୍ବଦା ପିତା।’ ପରେ ଚାପ ପଡ଼ିବାରୁ ସେ ଏହି ଟ୍ୱିଟକୁ ଡିଲିଟ୍ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ୨୯ ବର୍ଷୀୟ ଏହି ପେସ୍ ବୋଲରଙ୍କୁ ମେ’ ୩୦ ତାରିଖରୁ ହେବାକୁଥିବା ବିଶ୍ୱକପ୍ ପାଇଁ ପାକିସ୍ତାନର ପ୍ରାରମ୍ଭିକ ଟିମରେ ସାମିଲ୍ କରାଯାଇଥିଲା। କିନ୍ତୁ ସୋମବାର ଘୋଷଣା ହୋଇଥିବା ଟିମରେ ତାଙ୍କ ନାମ ନଥିଲା।



from Odisha Reporter http://bit.ly/2JT04QT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages