ଜୁଇରୁ ବଧୂଙ୍କ ମୃତଦେହ ଉଠାଇନେଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଜୁଇରୁ ବଧୂଙ୍କ ମୃତଦେହ ଉଠାଇନେଲା ପୁଲିସ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଜନ୍ମ କଲା ବାପା-ମାଆଙ୍କୁ ପର କରି ସାତ ଜନମକୁ ସାଥୀ ହେବା ପାଇଁ ଆସିଥିଲେ। ହେଲେ ସବୁଦିନ ପାଇଁ ଶୋଇଗଲେ ଯୌତୁକ ଜୁଇରେ। ଆଉ ଯାହାର ହାତ ଧରିଥିଲେ, ସିଏ ତାକୁ ଶ୍ମଶାନ ନିଆଁରେ ଜାଳି ଦେଲେ! ହେଲେ ଦଇବର ବିଧି ଥିଲା ଆଉକିଛି। ଜୁଇ ଜଳିବା ପୂର୍ବରୁ ପୁଲିସ ଶ୍ମଶାନରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି ।

ଏପରି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡ଼ା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଏବେ ମଧ୍ୟ ରାସ୍ତାରୋକ ଚାଲିଛି।

ପୂରା ଘଟଣା ଏମିତି। ୬ ବର୍ଷ ତଳେ ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବିନୋଦପଡ଼ା ଗାଁର ମନୋଜ ରାଉତ ବାଙ୍କୀ ପାଟପୁର ଗ୍ରାମର ଶୁଭ୍ରକେଶୀ ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁରଖୁରୁରେ ଚାଲିଥିଲା। ଏବେ ତାଙ୍କର ଯାଆଁଳା ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ଗତ କିଛି ଦିନ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଶୁଭ୍ରକେଶୀଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ବାପା ବାମଦେବ ସ୍ୱାଇଁ ଅଭିଯୋଗ କରିଛନ୍ତି।

ତେବେ ଆଜି ଗୁରୁତର ଅବସ୍ଥାରେ ଶୁଭ୍ରକେଶୀଙ୍କୁ ପରିବାର ଲୋକେ ମେଡିକାଲ୍‌କୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତଘୋଷଣା କରିବା ସହିତ ପୁଲିସକୁ ଖବର ଦେଇଥିଲେ। ମାତ୍ର ପୁଲିସ ଆସିବାରେ ବିଳମ୍ୱ କରିବାରୁ ମୃତଦେହକୁ ଶୁଭ୍ରକେଶୀଙ୍କ ଶାଶୁଘର ଲୋକେ ନେଇ ଆସି ଶ୍ମଶାନରେ ସତ୍କାର କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ବାପଘର ଲୋକେ ଶ୍ମଶାନରେ ପହଞ୍ଚି ଜୁଇରେ ପାଣି ପକାଇ ନିଆଁ ଲିଭାଇଥିଲେ। ପରେ ଏ ସମ୍ପର୍କରେ ରଣପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ମଶାନରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ପହଞ୍ଚିବା ବେଳକୁ ମନୋଜ ଓ ତାଙ୍କ ସମ୍ପର୍କୀୟମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଶୁଭ୍ରକେଶୀଙ୍କ ବାପ ଘର ଲୋକେ ଓ ସମ୍ପର୍କୀୟ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।



from Odisha Reporter http://bit.ly/2QfbzTA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages