‘ବିକାଶର କୌଣସି ଭାଷା କି ଦଳ ନାହିଁ’: ଅପରାଜିତା ଷଡଙ୍ଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

‘ବିକାଶର କୌଣସି ଭାଷା କି ଦଳ ନାହିଁ’: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ର ନିର୍ବାଚନ ଫଳଫଳ ଆସିଯାଇଛି। ଏଥର ଭୁବନେଶ୍ୱର ଲୋକସଭା ଆସନରେ ହୋଇଥିଲା ରୋଚକପୂର୍ଣ୍ଣ ଲଢେଇ। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ। ହେଲେ ଏହି ଲଢ଼େଇରେ ଭାଜପାରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍  ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍‌ରେ ହରାଇଛନ୍ତି।

ବିଜୟ ଲାଭ ପରେ ଅପରାଜିତା ଷଡଙ୍ଗୀ କହିଛନ୍ତି,“ ମୁଁ ଜିତ୍‌ ପାଇଁ ଆଦରଣୀୟ ମୋଦିଙ୍କ ଲହରକୁ, ମୋ ସାଂସଦୀୟ କ୍ଷେତ୍ରର ଲୋକମାନଙ୍କୁ ଧନ୍ୟବାଦ ଦେବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିଛୁ। ଆଗାମୀ ଦିନରେ ତାଙ୍କର ଯେଉଁ ଇଚ୍ଛା ଓ ନିର୍ଦ୍ଦେଶରେ କାମ କରାଯିବ।”

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଆଗାମୀ ୫ବର୍ଷ ଭିତରେ ଦେଶର ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବାକୁ ଚାହିଁବି। ବିକାଶର କୌଣସି ଦଳ ଓ ଭାଷା  ନଥାଏ । ବିକାଶମାନେ ବିକାଶ। ସବୁ ରାଜନୈତିକ ଦଳର ସାହାଯ୍ୟ ନେଇ କାମ କରିବି। ୧୦୦ ପ୍ରତିଶତ ଦେବି।” ଏହା ସହ ସେ କହିଛନ୍ତି, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବହୁତ କାମ କରିବାର ଅଛି। ଏଠାରେ ୪ଟି ରୁରାଲ ଏରିଆ ଅଛି ଓ ୩ଟି ଅର୍ବାନ  ଏରିଆ ଅଛି। ଉଭୟ ଜାଗାରେ ସମସ୍ୟା ମଧ୍ୟ ଅଲଗା ରହିଛି। ଏହି ୫ମାସ ଭିତରେ ୭୫ ଭାଗ ସ୍ଥାନ ବୁଲି ସାରିଛି। ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଯାଇଛି। ଆଜିଠାରୁ ସେ ଦିଗରେ କାମ ଆରମ୍ଭ କରିବୁ। ବିଶେଷକରି ଡ୍ରେନେଜ ଉପରେ ଧ୍ୟାନ ଦେବୁ, ବୋଲି କହିଛନ୍ତି ଅପରାଜିତା।

ଏହି ନବନିର୍ବାଚିତ ସାଂସଦ ଆହୁରି କହିଛନ୍ତି,“ ମୁଁ ଯେତେବେ ଭାରତ ପ୍ରଶାସନିକ ସେବାରେ ଥିଲି ,ସେତେବେଳେ ଅନୁଶାସିତ ସଭ୍ୟ ଭାବେ ନିଷ୍ଠା ସହ କାମ କରିଛି। ସାଂସଦ ହିସାବରେ ମଧ୍ୟ ବହୁତ ନିଷ୍ଠାର ସହ କାମ କରିବି। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ଅଗ୍ରଣୀ ନେତାମାନଙ୍କର ଯେଉଁ ଆଦେଶ ହେବ, ତାହା ମୋ ପାଇଁ ଧାର୍ଯ୍ୟ।”

‘’ ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ବିଷୟରେ ସଂସଦରେ କେମିତି ଆଲୋଚନା କରାଯିବ, ସେ ଦିଗରେ ମୁଁ ଧ୍ୟାନ ଦେବି। ଓଡ଼ିଶା ପାଇଁ ଯାହା ସମ୍ଭବ ତାହା କରିବି। ମହିଳାମାନଙ୍କୁ ସୁରକ୍ଷା ଦେବା ଦିଗରେ କାମ କରିବାକୁ ଚାହିଁବି ବୋଲି କହିଛନ୍ତି ଏହି ନବନିର୍ବାଚିତ ସାଂସଦ।

ସେ ଆହୁରି କହିଛନ୍ତି,“ ଭୁବନେଶ୍ୱର ସହର ଯଦି ସମସ୍ତଙ୍କ ପାଇଁ ସ୍ମାର୍ଟ ସିଟି ।  କେହି ଏଠି ଯେପରି ବେସାହାରା ରହିବେ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆମକୁ ପ୍ରତ୍ୟେକ ବର୍ଗର ଲୋକଙ୍କ ସହ କାମ କରିବାକୁ ପଡ଼ିବ। ଭାରତ ଜନାତା ପାର୍ଟି ବହୁତ ସୁନ୍ଦର ପରିବାର। ଏଠାରେ ଯେଉଁ ନେତା ଓ କର୍ମୀ ଅଛନ୍ତି, ସେମାନଙ୍କ ସହ ମିଶି କାମ କରିବାକୁ ଭଲ ଲାଗୁଛି। ”

ଯାହା ମୋ ଜୀବନରେ ଏବେ ଯାଏ  ହୋଇଛି, ଯାହା ଆଗାମୀ ଦିନରେ ହେବ, ତାହାର ଶ୍ରେୟ ମୋ ସ୍ୱାମୀ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଦେଉଛି। ଏହା ସହ ମୋ ପିଲାମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଅପରାଜିତା କହିଛନ୍ତି।



from Odisha Reporter http://bit.ly/2EuerHR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages