
ପାଟକୁରା(ମନୋଜ ସ୍ୱାଇଁ) : ଫୋନିର ତାଣ୍ଡବରେ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଅଞ୍ଚଳ। ଆଜି ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
ଜିଲ୍ଲାର ବାରୁଅ ପଂଚାୟତର ଇଟିପୁର, ଗିଗହିଡ଼ିଆ, ନିଲିକନା ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହଯୋଗର ହାତ ବଢାଇଛନ୍ତି ବୈଜୟନ୍ତ ପଣ୍ଡା।
କେନ୍ଦ୍ରସରକାରଙ୍କ ପକ୍ଷରୁ ଆଗୁଆ ସହାୟତା ରାଶି ପ୍ରଦାନ କରାଯାଇଛି। ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ପୁଣି ଓଡିଶା ଆସି ସ୍ଥିତି ସମୀକ୍ଷା କରିବା ପରେ ସହାୟତା ଯୋଗାଇବେ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।
from Odisha Reporter http://bit.ly/2Lrd7ew
No comments:
Post a Comment