
ନଏଡା : ନଏଡାର ଏକ ଫାର୍ମ ହାଉସ୍ରେ ଚାଲିଥିବା ବେଆଇନ ରେଭ୍ ପାର୍ଟିରୁ ପୁଲିସ୍ ୧୬୧ ପୁରଷ ଏବଂ ୩୧ ମହିଳାଙ୍କୁ ଗିରଫ କରିଛି। ଗୋଟିଏ ରାତିରେ ହିଁ ସମସ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ନଏଡାର ସେକ୍ଟର ୧୩୫ ଅଞ୍ଚଳରେ ଏହି ପୁରୁଷ ଓ ମହିଳାମାନେ ମଦ ଓ ଅନ୍ୟ ମାଦକ ଦ୍ରବ୍ୟ ବେଆଇନ ଭାବରେ ସେବନ କରି ନିଶାରେ ଚୁର୍ ଥିବା ସମୟରେ ହିଁ ସେମାନଙ୍କୁ ଗିରଫ କରାଯାଇଛି।
ଗୌତମ ବୁଦ୍ଧ ନଗରର ବରିଷ୍ଠ ପୁଲିସ୍ ଅଧିକାରୀ ବୈଭବ କ୍ରିଷ୍ଣାଙ୍କ କହିବା ଅନୁଯାୟୀ, ଏକ ଫାର୍ମ ହାଉସ୍ରେ ରେଭ୍ ପାର୍ଟି ଚାଲିଥିବା ଆମେ ସୂଚନା ପାଇଥିଲୁ। ଶନିବାର ରାତି ଚଢ଼ୁ କରି ଜାଣିଥିଲୁ ସତରେ ଏମିତି ହେଉଛି। ସେମାଦଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଦିଲ୍ଲୀରୁ। କିଛି ହରିଆଣାରୁ ମଧ୍ୟ ଥିଲେ ଏବଂ ଅନ୍ୟ କିଛିଜଣ ନଏଡାରୁ।
୫ ଜଣ ଆୟୋଜକଙ୍କୁ ଗିରଫ କରାଯିବା ସହ ୩୧ ହୁକା, ୧୧୨ ବିୟର ବୋତଲ, ୩୦ ମଦ ବୋତଲ ମଧ୍ୟ ଏହି ସ୍ଥାନରୁ ଜବତ କରାଯାଇଥିଲା। ଗିରଫଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
from Odisha Reporter http://bit.ly/2VIk7b4
No comments:
Post a Comment