ଫୋନି ମୁକାବିଲା: ସରକାରଙ୍କୁ ସାବାସି ଦେଲା ମିଳିତ ଜାତିସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଫୋନି ମୁକାବିଲା: ସରକାରଙ୍କୁ ସାବାସି ଦେଲା ମିଳିତ ଜାତିସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫଳତାର ସହ ‘ଫୋନି’ ମୁକାବିଲା ଲାଗି ସରକାରଙ୍କୁ ମିଳିତ ଜାତିସଂଘ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି। ପାଣିପାଗ ବିଭାଗର ଆଗୁଆ ସଠିକ୍‌ ଆକଳନ ଏବଂ ନିର୍ଦ୍ଧିଷ୍ଟ ସୂଚନା ପାଇଁ ଓଡ଼ିଶାର ବହୁ ଜୀବନ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି। ପ୍ରଭୂତ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏକ ବଡ଼ ଧରଣର ସ୍ଥାନାନ୍ତର ମିଶନ୍‌ରେ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି। ଫଳରେ ଯଥାସମ୍ଭବ ସର୍ବନିମ୍ନ ସଂଖ୍ୟକ ଧନଜୀବନ କ୍ଷତି ହୋଇଛି ବୋଲି ଏକ ପ୍ରେସ୍‌ ବିକୃତ୍ତିରେ ଜାତୀସଂଘର ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଶାଖା ପକ୍ଷରୁ ପ୍ରତିନିଧି ମାମି ମଜୁମ୍‌ଦାର କହିଛନ୍ତି।

ସାମୁଦ୍ରିକ ଝଡ ଫନି ୩ ତାରିଖରେ ପୁରୀ ସମୁଦ୍ର ତଟରେ ଲ୍ୟାଣ୍ଡଫଲ୍‌ କରିଥିବା ବେଳେ ପୁରୀରେ ପ୍ରାୟ ୨୦୦ କିମି ବେଗରେ ପବନ ବହି ସବୁ ଛାରଖାର କରିଥିଲା। ପାର୍ଶ୍ୱବର୍ତ୍ତି ଅଞ୍ଚଳର ଭାବେ ଖୋର୍ଦ୍ଧା ଓ କଟକ ଜିଲାରେ ମଧ୍ୟ ତାଣ୍ଡବ ରାଚାଇଥିଲା ଫୋନି। ତେବେ କ୍ଷତିକ୍ଷତି ଓ ଜୀବନ ହାନୀ ସମ୍ପର୍କରେ ସଠିକ୍‌ ଆକଳନ ହୋଇ ନ ଥିଲେ ମଧ୍ୟ ପୁରୀ ଓ ଖୋର୍ଦ୍ଧା ଜିଲାରେ ପ୍ରଭୂତ କ୍ଷତି ଘଟିଥିବା କୁହାଯାଉଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଫନି ପ୍ରଭାବରେ ଶ୍ରୀହିନ ହୋଇପଡିଛି।



from Odisha Reporter http://bit.ly/2VKMPIc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages