ସଲମାନ୍‌ଙ୍କୁ ସୋଶାଲ୍‌ ମିଡିଆରେ ଟାର୍ଗେଟ୍ କଲେ ସୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସଲମାନ୍‌ଙ୍କୁ ସୋଶାଲ୍‌ ମିଡିଆରେ ଟାର୍ଗେଟ୍ କଲେ ସୋନା

ମୁମ୍ବାଇ: ବଲିଉଡ୍‌ ଟାଇଗର ସଲମାନ୍‌ଙ୍କର ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖାତିରି ବେଶ୍‌ ଅଧିକ। ବଡ଼ ବଡ଼ ପ୍ରଯୋଜକଙ୍କଠୁ ନେଇ ନିର୍ଦ୍ଦେଶକ ସମସ୍ତଙ୍କୁ ନିଜ ହାତ ମୁଠାରେ ରଖିଛନ୍ତି ସଲମାନ୍। ଏମିତିରେ ସମସ୍ତଙ୍କୁ ନିଜ ଇସାରାରେ ନଚାଉଛନ୍ତି କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ। ତା’ ଛଡ଼ା ସଲମାନ୍‌ଙ୍କ ରାଗକୁ କିଏ ବା ନ ଜାଣେ। ଆଜି ଯାଏ ଯିଏ ସଲମାନଙ୍କ ସହ ପଙ୍ଗା ନେଇଛି ତାକୁ ତା’ର ପରିଣାମ ବି ଭୋଗିବାକୁ ପଡ଼ିଛି। ସେଇଥିପା‌ଇଁ ତ ଇଣ୍ଡଷ୍ଟ୍ରିର କେହି ବି ତାଙ୍କ ସହ ପଙ୍ଗା ନେବାକୁ ଚାହାଁନ୍ତି ନାହିଁ।

ହେଲେ ଏବେ ଦେଖିବାକୁ ମିଳୁଛି ଯେ ବଲିଉଡର ଜଣେ ଗାୟିକାଙ୍କୁ ସଲମାନଙ୍କ ରାଗର କୌଣସି ଭୟ ନାହିଁ।  ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗାୟିକା ସୋନା ମହାପାତ୍ର ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି। ସେ ପୁଣି ଦବଙ୍ଗ ସଲମାନଙ୍କୁ ଟାର୍ଗେଟ୍‌ କରି।

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଟ୍ୱିଟରରେ ସୋନାଙ୍କ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିବା କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେବେଠୁ ନେଇ ଏବେ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ନେଇ ନକରାତ୍ମକ ଟିପ୍ପଣୀ  ଦେଇ ଟାର୍ଗେଟ୍‌ କରିଆସିଛନ୍ତି। ହେଲେ ଏ କଥା ସୋନାଙ୍କୁ ପସନ୍ଦ ଆସିଲା ନାହିଁ। ସୋନା ସୋଶାଲ୍ ମିଡିଆରେ ସଲମାନ୍‌ଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରିୟଙ୍କାଙ୍କୁ ସମର୍ଥନ କରି ସୋନା ଏକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ସୋନା ସଲମାନଙ୍କୁ ସୋସିଆଲ୍ ମିଡିଆରେ ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା ବୋଲି କହିଛନ୍ତି। ସୋନା ଲେଖିଛନ୍ତି, ପ୍ରିୟଙ୍କାଙ୍କୁ ଜୀବନରେ  ଅନେକ କିଛି କାମ କରିବାର ଅଛି। ଯେଉଁଥିରେ ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ମଧ୍ୟ ସାମିଲ ରହିଛି।

ତେବେ ସୋନାଙ୍କ ଏଭଳି ତାତ୍ସଲ୍ୟଭରା କମେଣ୍ଟଙ୍କୁ ସଲମାନ କିଭଳି ନେଉଛନ୍ତି ଓ କ’ଣ  ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା। ଏଥିସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ସୋନାଙ୍କର ସମର୍ଥନ ପସନ୍ଦ ଆସୁଛି ନା ସେ ଓଲଟା ସୋନାଙ୍କୁ ଟାର୍ଗେଟ କରିଛନ୍ତି ତାହା ଦେଖିବା ବେଶ୍‌ ମଜାଦାର ହେବ।



from Odisha Reporter http://bit.ly/2QuIkMT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages