ରାହୁଲ ପଚାରିଥିବା ୪ଟି ପ୍ରଶ୍ନର କ’ଣ ଜବାବ ଦେଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ରାହୁଲ ପଚାରିଥିବା ୪ଟି ପ୍ରଶ୍ନର କ’ଣ ଜବାବ ଦେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିରେ ରହି ବେଶି କିଛି କହିବାକୁ ପସନ୍ଦ କରୁନଥିବା ବିଚକ୍ଷଣ ରାଜନୀତିଜ୍ଞ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋଦି ହାୱା ସତ୍ତ୍ୱେ ଓଡ଼ିଶାର ଲୋକେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ପୁଣି ଥରେ ତାଙ୍କ ହାତକୁ ଶାସନ ଭାର ଦେଇଛନ୍ତି। ଓଡ଼ିଶାରେ ୧୧୨ ବିଧାନସଭା ଆସନ ହାସଲ କରି ସ୍ପଷ୍ଟ ବହୁମତ ହାସଲ କରିଛି ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏବଂ ସେ ଓଡ଼ିଶାରେ ପଞ୍ଚମ ଥର ପାଇଁ ଶାସନର ମଙ୍ଗ ଧରିବାକୁ ଯାଉଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ତା ପୂର୍ବରୁ ଜାତୀୟ ଟେଲିଭିଜନ ଚ୍ୟାନେଲ ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ଅନେକ କଥା କହିଛନ୍ତି ନବୀନ। ବିଜୟର ସିକ୍ରେଟ, ବିରୋଧୀଙ୍କୁ ମାତ ଦେବାର କୌଶଳ ଏବଂ ବିଜେଡିର ଉତ୍ତରାଧିକାରୀ ଆଦି ପ୍ରସଙ୍ଗ ସମ୍ପର୍କରେ ନିଜର ମତ ରଖିଛନ୍ତି ନବୀନ। ତେବେ ସମ୍ପୂର୍ଣ୍ଣ ଇଣ୍ଟରଭ୍ୟୁରୁ ଆମେ ଏଠାରେ ମୁଖ୍ୟ ୪ଟି ପ୍ରଶ୍ନ ଏବଂ ନବୀନ ଦେଇଥିବା ଉତ୍ତର ବିଷୟରେ ଉଲ୍ଲେଖ କରୁଛୁ।

ପ୍ରଶ୍ନ(୧): ଆପଣଙ୍କୁ ହରାଇବାକୁ ବିଜେପି କଡା ଟକ୍କର ଦେଇଥିଲା। ଗାଦିଚ୍ୟୁତ କରିବାକୁ ଓ ଶାସନ କ୍ଷମତାରୁ ବିତାଡିତ କରିବାକୁ ବିଜେପିର ଶତ ଚେଷ୍ଟା କାହିଁକି କାମ ଦେଲା ନାହିଁ ?

ଉତ୍ତର: ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କ ବିକାଶ ପାଇଁ ହେଉଥିବା କାମ ହିଁ ସଫଳତାର ମୂଳମନ୍ତ୍ର । ଏହା ହିଁ ବିଜେଡିର କ୍ରମାଗତ ବିଜୟର ରହସ୍ୟ। ଲୋକଙ୍କ ବିକାଶ ଲାଗି ନିରନ୍ତର ସେବା କଲେ, ଲୋକଙ୍କ ଭଲ ପାଇବା ମଧ୍ୟ ମିଳିବ। ସବୁବର୍ଗର ଲୋକଙ୍କ ବିକାଶ ଲାଗି ବିଜେଡି ସରକାର ପ୍ରଣୟନ କରୁଛନ୍ତି ଯୋଜନା। ଏହି ଯୋଜନାର କାର୍ଯ୍ୟକାରିତା ଲାଗି ବି ହେଉଛି ଅହରହ ଉଦ୍ୟମ। ଓଡ଼ିଶାବାସୀ ଏହାକୁ ହୃହୟଙ୍ଗମ କରିଛନ୍ତି ଓ ଲଗାତାର ୫ମ ଥର ଲାଗି ବିଜେଡିକୁ ଶାସନ କରିବାର ସୁଯୋଗ ଦେଇଛନ୍ତି।

ପ୍ରଶ୍ନ(୨): ଚଳିତ ଥର ଶାସନକାଳ ପୂରଣ କଲେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ୨୫ ବର୍ଷ ପୂରା କରିବେ। ଏହା ସତ୍ତ୍ୱେ ଆହୁରି କ୍ଷମତା ଲାଗି ଭୋକ, ମୋହ ଅଛି କି ?

ଉତ୍ତର: ବିଜେଡି ସବୁବେଳେ ଭଲ କାମକୁ ଗୁରୁତ୍ୱ ଦେଇ ଆସିଛି। ଷଷ୍ଠ ଥର ଲାଗି ସୁଯୋଗ ମିଳିଲେ, ଲୋକଙ୍କ ସେବା କରିବାକୁ ପ୍ରସ୍ତୁତ ରହିଛୁ । ଚଳିତ ପାଳିରେ ରାଜ୍ୟବାସୀଙ୍କ ବିକାଶ ଉଦ୍ୟମକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି।

ପ୍ରଶ୍ନ(୩): ଆଗାମୀ ଦିନରେ ବିଜେଡିର ଉତ୍ତରାଧିକାରୀ କିଏ ହେବେ ?

ଉତ୍ତର: ମୁଁ ନୁହେଁ, ରାଜ୍ୟବାସୀ ନିଜ ନେତା ବାଛିବେ। ଲୋକଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଯିଏ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବ, ସେ ହିଁ ନେତା ରୂପେ ବିବେଚିତ ହେବ। ଭବିଷ୍ୟତରେ ବିଜେଡି ହିଁ ତାର ଉତ୍ତରାଧିକାରୀ ଚୟନ କରିବ। ଆଉ ଭଲ କାମ ଜାରି ରଖିବ। ବିଜେଡି ରାଜ୍ୟବାସୀଙ୍କ ସେବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛି।

ପ୍ରଶ୍ନ(୪): ନିଜର ଓ ଦଳର ଅଭୂତପୂର୍ବ ସଫଳତା ଓ ବିଜୟକୁ କିପରି ସେଲିବ୍ରେଟ କରିବେ ନବୀନ?

ଉତ୍ତର:ଚଳିତ ଥର ଶପଥ ଗ୍ରହଣ ସମାରୋହ ନିରାଡମ୍ବର ଭାବେ ହେବ। କିଛି ଦିନ ପୂର୍ବେ ଆସିଥିବା ଫୋନି ବାତ୍ୟାର ପ୍ରକୋପରେ ଓଡ଼ିଶାର ପ୍ରଭୂତ ଧନସମ୍ପତ୍ତି ଛାରଖାର ହୋଇଯାଇଛି। ଏ ଯାଏ ଅଣ୍ଟା ସଳଖି ପାରି ନାହାନ୍ତି ରାଜ୍ୟବାସୀ। ତେଣୁ ଏପରି ସମୟରେ ଶପଥ ଗ୍ରହଣ ସମାରୋହକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ।



from Odisha Reporter http://bit.ly/2wpffZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages