କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ସ୍ତ୍ରୀକୁ କାଠ ଫାଳିଆରେ ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବାସନ୍ତୀ। ତାଙ୍କ ସ୍ୱାମୀ ହେଲେ ବାବୁଲି ସୁତାର। ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଘରୋଇ କହଳକୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ବାସନ୍ତୀଙ୍କୁ ସ୍ୱାମୀ ବାବୁଲି କାଠ ଫାଳିଆରେ ପିଟିପିଟି ମାରିଦେବା ପରେ ଘର କାବଟକୁ ବାହାର ପଟୁ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ତେବେ ଘର ବାହାରେ ସେମାନଙ୍କ ଦୁଇ ଝିଅ କାନ୍ଦୁଥିବାର ଦେଖି ଗାଁ ଲୋକେ ୱାର୍ଡମେମ୍ୱରକୁ ଖବର ଦେଇଥିଲେ।
ଏନେଇ ସ୍ଥାନୀୟ ୱାର୍ଡମେମ୍ୱର ପୁଲିସକୁ ଜଣାଇବା ପରେ ମହାକାଳପଡ଼ା ପୁଲିସ୍ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ଶବ ଜବତ କରିଥିଲେ। ଏଥିସହ ସାଇଣ୍ଟିଫିକି ଟିମ୍ ପହଞ୍ଚି କାଟ ଫାଳିଆ ଓ ରକ୍ତ ଭିଜା ଲୁଗାକୁ ଜବତ କରିଛି। ଏହାସହ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
from Odisha Reporter http://bit.ly/30Kra2F
No comments:
Post a Comment