ବିଜେପି ଭୋଟ ବ୍ୟାଙ୍କରେ ଛିଦ୍ର ସୃଷ୍ଟି କରିବ କଂଗ୍ରେସ: ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ବିଜେପି ଭୋଟ ବ୍ୟାଙ୍କରେ ଛିଦ୍ର ସୃଷ୍ଟି କରିବ କଂଗ୍ରେସ: ପ୍ରିୟଙ୍କା

ରାଏବରେଲି, ୟୁପି: ଉତ୍ତର ପ୍ରଦେଶରେ ବିଜେପିକୁ ରୋକିବା ପାଇଁ କଂଗ୍ରେସ କିଛି ସ୍ଥାନରେ ଏମିତି ପ୍ରାର୍ଥୀ ଦେଇଛି ଯେଉଁମାନେ ବିଜେପିର ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇବେ। ନିର୍ବାଚନରେ ଜିତିବା ତାଙ୍କ ଦଳର ଏକମାତ୍ର ଲକ୍ଷ୍ୟ ନୁହେଁ। କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତର ପ୍ରଦେଶର ପ୍ରଚାର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ଭାଡ୍ରା ଆଜି ଏହା କହିଛନ୍ତି।

କଂଗ୍ରେସ ଯେଉଁ ସ୍ଥାନରେ ଜିତିବ ସେହି ସ୍ଥାନରେ ସଠିକ୍ ପ୍ରାର୍ଥୀ ଦେଇଛି, ଏବଂ ଯେଉଁ ସ୍ଥାନରେ ବିଜେପିର ଅଧିକ ଦବଦବା ରହିଛି ସେହି ସ୍ଥାନରେ ବିଜେପିର ଭୋଟ ଶେୟାର କାଟି ପାରୁଥିବା ନେତାକୁ କଂଗ୍ରେସ ପ୍ରାର୍ଥୀ କରିଛି ବୋଲି କହିଛନ୍ତି ପ୍ରିୟଙ୍କା।

ମାଆ ସୋନିଆ ଗାନ୍ଧିଙ୍କ ଲୋକସଭା ଆସନ ରାଏବରେଲିରେ ପ୍ରଚାର କରୁଥିବା ବେଳେ ସେ ଆହୁରି କହିଛନ୍ତି ଯେ ଉତ୍ତର ପ୍ରଦେଶରେ ବିଜେପି ଏକ ପ୍ରକାର ନିଜର ଅସ୍ଥିତ୍ୱ ହରାଇବ। ଏପରିକି କଂଗ୍ରେସ ଏସପି-ବିଏସପି-ଆରଏଲଡ଼ି ମେଣ୍ଟକୁ ମଧ୍ୟ କ୍ଷତି ପହଞ୍ଚାଇବ। ତେବେ କଂଗ୍ରେସକୁ ଅଧିକ ଜନମତ ମିଳିବ ନାହିଁ ବୋଲି ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି।



from Odisha Reporter http://bit.ly/2IRP3PT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages