ମୋଦିଙ୍କ ‘ବନ୍ଦେ ମାତରମ’ ନାରାକୁ ନୀତୀଶଙ୍କ ନାପସନ୍ଦ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ମୋଦିଙ୍କ ‘ବନ୍ଦେ ମାତରମ’ ନାରାକୁ ନୀତୀଶଙ୍କ ନାପସନ୍ଦ!

ଦରଭଙ୍ଗା, ବିହାର: ଏପ୍ରିଲ ୨୫ ତାରିଖରେ ଦରଭଙ୍ଗା ଲୋକସଭା ଆସନ ପାଇଁ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରମ’ ନାରା ଦେଇଥିଲେ। ହେଲେ ମଞ୍ଚରେ ଉପସ୍ଥିତି ଥିବା ଏନଡିଏର ଅନ୍ୟତମ ସହଯୋଗୀ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏହି ନାରା ନ ଦେଇ ନିରବ ରହିଥିବା ଦେଖିବାକୁ ମିଳିଛି। ତେବେ ଅନ୍ୟତମ ସହଯୋଗୀ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ରାମ ବିଳାସ ପାଶଓ୍ୱାନ କିନ୍ତୁ ମୋଦିଙ୍କ ସହ ‘ବନ୍ଦେ ମାତରମ’ର ନାରା ଦେଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଥିବା ବେଳେ ସୋଶାଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

ଖାଲି ଏତିକି ନୁହେଁ ମୋଦି ଉପସ୍ଥିତ ଜନତାକୁ ଉଦବୋଧନ ଦେଉଥିବା ବେଳେ ମଞ୍ଚରେ ବସିଥିବା ନୀତୀଶ କୁମାର କିନ୍ତୁ ନିଜକୁ ଅସହଜ ମନେ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଆଗାମୀ ବିହାର ବିଧାନସଭା ନିର୍ବାଚନ ଏବଂ ମେ ୨୩ରେ ଫଳାଫଳ ପ୍ରକାଶ ପାଇବାପରେ କିଛି ନୂଆ ରାଜନୀତିକ ସମୀକରଣ ସୃଷ୍ଚି ହୋଇପାରେ ବୋଲି ଆକଳନ କରାଯାଉଛି।

ଚଳିତ ନିର୍ବାଚନରେ ‘ବନ୍ଦେ ମାତରମ’କୁ ବିଜେପି ପ୍ରତ୍ୟେକ ରାଲିରେ ନାରା ଭାବେ ପରିଣତ କରିଛି। ଏହି ନାରା ଦେଶରେ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷା ସୁନିଶ୍ଚିତ କରାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଯେଉଁ ମାନେ ଏହି ନାରା ଦେଉ ନାହାନ୍ତି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ ହେବା ଦରକାର ବୋଲି ମୋଦି କହିଥିଲେ। ସେହିପରି ବେଗୁସରାଇ ଲୋକସଭା ଆସନର ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଥିଲେ ଯେଉଁମାନେ ବନ୍ଦେ ମାତରମର ନାରା ଦେଉ ନାହାନ୍ତି ସେମାନେ ମାତୃଭୁମିକୁ ପୂଜା କରିପାରିବେ ନାହିଁ।

ପୂର୍ବରୁ ଏନଡ଼ିଏ ମେଣ୍ଟରେ ସାମିଲ ହୋଇ ଜେଡ଼ିୟୁ ସୁପ୍ରିମୋ ଖୁସି ନାହାନ୍ତି ବୋଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କହିଥଲେ। ଯାହାକୁ ଜେଡିୟୁ ମୁଖପାତ୍ର କେ.ସି ତ୍ୟାଗୀ ଖଣ୍ଡନ କରିଥିଲେ। ହେଲେ ନୀତୀଶ କୁମାର କିନ୍ତୁ ଏଯାଏଁ ଏବାବଦରେ କିଛି କହି ନାହାନ୍ତି। ତେବେ ନୀତୀଶଙ୍କ ଏହି ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter http://bit.ly/2J8wWon

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages