୩୯ ବର୍ଷରେ ୩୮ ଛୁଆଙ୍କ ମା’ ହୋଇସାରିଛନ୍ତି ଏହି ମହିଳା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

୩୯ ବର୍ଷରେ ୩୮ ଛୁଆଙ୍କ ମା’ ହୋଇସାରିଛନ୍ତି ଏହି ମହିଳା…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦୁନିଆରେ ବହୁତ କିଛି ଅଜବ ଜିନିଷ ଘଟିଥାଏ। ଯାହାକି ମଣିଷ କାନ ଉଠିଲା ଦିନୁ କେବେ ଶୁଣି ନଥାଏ। ଆଜି ଆମେ ଏପରି ଏକ ଖବର ଆପଣଙ୍କୁ କହିବୁ,  ଯାହା ଶୁଣିଲେ ଆପଣ କେବେ କି ବିଶ୍ୱାସ କରିବେ ନାହିଁ।

ଆମେ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବୟସ ହେଉଛି ୩୯ । ହେଲେ ସେ ଏବେ ୩୮ଟି ଛୁଆଙ୍କ ମା’। ଏହା ବିଶ୍ୱାସ କରିବା କଷ୍ଟକର । କିନ୍ତୁ କଥାଟା ପୁରା ସତ।

ୟୁଗାଣ୍ଡାର ଏହି ମହିଳାଙ୍କ ବିବାହ ୧୨ ବର୍ଷ ବୟସରେ ହୋଇଯାଇଥିଲା। ସେତେବେଳେ ତାଙ୍କ ସ୍ୱାମୀଙ୍କ ବୟସ ଥିଲା ୪୦ ବର୍ଷ। ୧୩ ବର୍ଷ ବୟସରେ ମହିଳାଜଣକ ପ୍ରଥମ ସନ୍ତାନର ଜନନୀ ହେଲେ। ଆପଣ ଭାବୁଥିବେ ଯେ, କିପରି ମହିଳାଜଣକ ଏତେ କମ୍‌ ବୟସରେ ୩୯ ଛୁଆଙ୍କ ମା’ ହେଲେ। ଏଠାରେ ଆମେ କହି ରଖୁଯେ, ଏହି ମହିଳାଙ୍କ ଅଧିକାଂଶ ପିଲା ହେଉଛନ୍ତି ଯାଆଁଳା।

ମହିଳାଜଣକ ୬ ଥର ଯାଆଁଳା ଅର୍ଥାତ ୧୨ ଛୁଆ, ୪ ଥର ୩ଟି ଲେଖାଏଁ ମାନେ ୧୨ ଛୁଆ ଓ  ୩ ଥର ୪ଟି ଲେଖାଏ  ଅର୍ଥାତ ୧୨ଟି ଛୁଆଙ୍କୁ ଜନ୍ମ ଦେଇଥିଲେ। ପ୍ରଥମ ଯାଆଁଳା ସନ୍ତାନ ହେବା ପରେ ଜନ୍ମ ନିୟନ୍ତ୍ରଣ ନିମନ୍ତେ ମହିଳାଜଣଙ୍କ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ହେଲେ ଏହା ତାଙ୍କ ପାଇଁ ବିପଦ ଆଣିପାରେ ବୋଲି କହି ଡାକ୍ତର ତାଙ୍କୁ ସତର୍କ କରାଇ ଦେଇଥିଲେ। ତେଣୁ ମହିଳାଜଣକ ଅନିଚ୍ଛା ସତ୍ତ୍ୱେ ପୁଣି ମା’ ହୋଇ ଚାଲିଲେ।

ଏହି ମହିଳାଙ୍କ ଗର୍ଭାଶୟ ଅନ୍ୟ ମହିଳାଙ୍କ ତୁଳନାରେ ବହୁତ ବଡ଼ ଥିବାରୁ ସବୁବେଳେ ଯାଆଁଳା କିମ୍ୱା ଅଧିକ ସନ୍ତାନ ଏକାଥରେ ଜନ୍ମ ହେବାର ସମ୍ଭାବନା ଅଧିକ ବୋଲି ଡାକ୍ତର କହିଥିଲେ। ସବୁଠୁ ବଡ଼ କଥା ହେଲା ମହିଳାଜଣକ ନିଜେ ହିଁ ନିଜ ୩୮ ପିଲାଙ୍କ ଲାଳନପାଳନ କରୁଛନ୍ତି।

ମହିଳାଜଣକ ବହୁ ସଂଘର୍ଷ କରି ନିଜ ପିଲାଙ୍କ ଲାଳନପାଳନ କରୁଛନ୍ତି। ଷଷ୍ଠ ଥର ଯାଆଁଳା ସନ୍ତାନ ଜନ୍ମ ସମୟରେ ତାଙ୍କର ଏକ ଛୁଆ ମରି ଯାଇଥିଲା। ଏଥିଯୋଗୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଅନ୍ୟତ୍ର ପଳାଇଲେ। ୩ ବର୍ଷ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ସେବେଠୁ ମହିଳାଜଣକ ମା’ବାପା ହୋଇ ପିଲାଙ୍କ ଲାଳନପାଳନ କରୁଛନ୍ତି।

ମହିଳାଜଣକ କହିଛନ୍ତି, ମୋର ପୁରା ସମୟ ଏବେ ପିଲାଙ୍କ ଲାଳନପାଳନ ଓ ଟଙ୍କା ରୋଜଗାର କରିବାରେ କଟି ଯାଉଛି। ସେ କହିଲେ,  ମୋର ବଡ ପିଲାମାନେ ସାନମାନଙ୍କ କଥା ବୁଝି ଦେଇଥାନ୍ତି। ଫଳରେ ରୋଜଗାର କରିବା ଲାଗି ମୁଁ ବାହାରକୁ ଯାଇପାରେ।

ମହିଳାଙ୍କ ପିଲା ଦିନ ବି ଭାରି କଷ୍ଟଦାୟକ ଓ ଯନ୍ତ୍ରଣାରେ ଭରି ରହିଥିଲା। ସେ ଜନ୍ମ ହେବାର ମାତ୍ର ୩ ଦିନ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ। ହେଲେ ସଉତୁଣୀ ମା’ ସେମାନଙ୍କୁ ଭଲ ପାଉନଥିଲେ। ସେ ବିଷ ଦେଇ ମୋ’ ୫ ଭାଇଭଉଣୀଙ୍କୁ ମାରିଦେଇଥିବା କହିଛନ୍ତି ଏହି ମହିଳାଜଣକ। ବିଭିନ୍ନ ମହିଳାଙ୍କ ସହ ସମ୍ପର୍କରୁ ତାଙ୍କ ପିତାଙ୍କର ମଧ୍ୟ ୪୫ ଛୁଆ ଥିବା କହିଛନ୍ତି ଏହି ମହିଳା ।



from Odisha Reporter http://bit.ly/2J7QQQ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages