ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଚଳିତ ଆଇପିଏଲର ୫୧ତମ ମ୍ୟାଚ୍ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିବା ବେଳେ ହାଇଦ୍ରାବାଦ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି।

ଚଳିତ ଆଇପିଏଲର ସର୍ବାଧିକ ସ୍କୋରର ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ମାର୍ଟିନ୍ ଗପ୍ଟିଲଙ୍କୁ ସାମିଲ୍ କରାଯାଇଛି। ସେହିପରି ସନ୍ଦୀପ ଶର୍ମାଙ୍କ ବଦଳରେ ବାସିଲ ଥାମ୍ପିଙ୍କୁ ସୁଯୋଗ ମିଳିଛି। ସୂଚନାଯୋଗ୍ୟ, ଉଭୟ ମୁମ୍ବାଇ ଓ ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇ ଏହି ମ୍ୟାଚ୍ ଜିତିଲେ ପ୍ଲେଅଫକୁ କ୍ୱାଲିଫାଏ କରିବ। ଅନ୍ୟପକ୍ଷରେ ସନରାଇଜର୍ସ ମ୍ୟାଚ୍ ଜିତି ପ୍ଲେଅଫ୍ ଦୌଡ଼ରେ ନିଜକୁ ସାମିଲ୍ କରିବାକୁ ଲକ୍ଷ୍ୟ ରଖିଛି।

ମୁମ୍ବାଇ ଏକାଦଶ: କ୍ୱିଣ୍ଟନ୍ ଡି’କକ୍, ରୋହିତ ଶର୍ମା (ଅଧିନାୟକ), ଏଭିନ୍ ଲୁଇସ୍, ସୂର୍ଯ୍ୟକୁମାର ଯାଦବ, କାଇରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ବରିନ୍ଦର ସ୍ରାନ୍, ରାହୁଲ୍ ଚହର୍, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା।

ହାଇଦ୍ରାବାଦ ଏକାଦଶ: ଋଦ୍ଧିମାନ ଶାହା, ମାର୍ଟିନ୍ ଗପ୍ଟିଲ୍, ମନିଷ ପାଣ୍ଡେ, କେନ୍ ୱିଲିୟମସନ୍ (ଅଧିନାୟକ), ମହମ୍ମଦ ନବି, ବିଜୟ ଶଙ୍କର, ରଶିଦ୍ ଖାନ୍, ଅଭିଷେକ ଶର୍ମା, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ବାସିଲ ଥାମ୍ପି।



from Odisha Reporter http://bit.ly/2PIGUOc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages