
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲୁଖଣ୍ଡ କିମ୍ବା କୃଷ୍ଣପ୍ରସାଦର ଉଦୟଗିରି ନୁହେଁ ସାମୁଦ୍ରିକ ଘୂର୍ଣ୍ଣିଝଡ଼୍ ‘ଫୋନି ସିଧାସଳଖ ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ୧୮୦ କିମି ରହିବ। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଆଜି ଏସ୍ଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ ସାମୁଦ୍ରିକ ଝଡ଼୍ ଫୋନି ଏବେ ପୁରୀ ଠାରୁ ୨୯୫ କିମି ଦୂରରେ ରହିଛି। ଆସନ୍ତାକାଲି ସକାଳ ୮ଠାରୁ ୧୦ ମଧ୍ୟରେ ଫୋନି ପୁରୀର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ର ପ୍ରକ୍ରିୟା ଦିନ ୧୨ଟା ସୁଦ୍ଧା ଶେଷ ହେବ। ଏହାପରେ ଫୋନି ଖୋର୍ଦ୍ଧା, କଟକ, ଜଗସିଂହ ପୁର, ଯାଜପୁର ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ। ଫୋନିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଦୋକାନ ବଜାର ଓ ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି।”
from Odisha Reporter http://bit.ly/2DNm5wC
No comments:
Post a Comment