କଥା ନୁହେଁ, କର୍ମ ଯାହାର ଜୀବନର ମନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

କଥା ନୁହେଁ, କର୍ମ ଯାହାର ଜୀବନର ମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋଦି ସରକାରର ସେକେଣ୍ଡ ଟର୍ମରେ ପୁଣି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଶାରୁ ଅନ୍ୟଜଣେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।ଜଣେ ଅତି ସାଧାରଣ ମଣିଷ ଭାବେ ଜଣାଶୁଣା ପ୍ରତାପ ମୋଦିଙ୍କ ଗୁଡ୍ ବୁକ୍‌ରେ ରହିଥିବାରୁ ତାଙ୍କୁ ମଧ୍ୟ ମିଳିଛି ମନ୍ତ୍ରୀପଦ। ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ଭାବେ ଶପଥ ନେବାବେଳେ ଅତିଥିମାନେ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ଅତି ସାଧାରଣ ଜୀବନ ଯାପନ ଲାଗି ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ମୋଦି ଭାବେ ଜଣାଶୁଣା।

କଥା ନୁହେଁ, କାମକୁ ଜୀବନର ମନ୍ତ୍ର କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଚଣ୍ଡ ପ୍ରତିଭାକୁ ଚିହ୍ନି ୨ବର୍ଷ ତଳୁ ତାଙ୍କୁ ଶ୍ରେଷ୍ଠ ରାଜନେତା ଭାବେ ସମ୍ମାନିତ କରିଥିଲା ଓଟିଭି। ୨୦୧୭ ମସିହାରେ ଓଟିଭି ସିଟିଜେନ୍ ଆଓ୍ୱାର୍ଡ ଅବସରରେ ଏହି ପୁରସ୍କାର ଦୌଡ଼ରେ ଥିବା ୩ଜଣ ରାଜନେତାଙ୍କୁ ପଛରେ ପକାଇ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଥିଲେ ପ୍ରତାପ ଷଡ଼ଙ୍ଗୀ ।ଜଣେ ସଚ୍ଚା ରାଷ୍ଟ୍ରୀୟ ସ୍ୱୟଂ ସେବକରୁ ରାଜନୀତିରେ ପାଦ ଦେଇ ସମାଜରେ ବହୁ ସଂସ୍କାର ମୂଳକ କାମରେ ନିଜକୁ ନିୟୋଜିତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ପ୍ରତାପ ଷଡ଼ଙ୍ଗୀ ।ତା’ସହ ବିଧାୟକ ଥିବାବେଳେ ବିଧାନସଭାରେ ବହୁ ତଥ୍ୟଭିତ୍ତିକ ପ୍ରସଙ୍ଗ ଉପସ୍ଥାପନ କରି ସରକାରଙ୍କୁ ଅକଳରେ ମଧ୍ୟ ପକାଇ ଦେଉଥିଲେ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପୀନାଥପୁର ଶାସନରେ ପ୍ରତାପ ଷଡ଼ଙ୍ଗୀଙ୍କ ଜନ୍ମ। ଦୁଇ  ଭାଇ ଓ ଭଉଣୀଙ୍କ ଭିତରୁ ପ୍ରତାପ ହେଉଛନ୍ତି ବଡ଼। ପାଠ ପଢ଼ିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆର୍‌ଏସ୍‌ଏସ୍‌) ସହିତ ଯୋଡ଼ି ହୋଇଯାଇଥିଲେ ସେ। ନିଜର ନିଷ୍ଠାପର

କାର୍ଯ୍ୟ ପାଇଁ ସେ ଜଣେ ଦକ୍ଷ ସଙ୍ଗଠକ ହୋଇପାରିଛନ୍ତି। ଏହାଛଡ଼ା ବିଶ୍ୱହିନ୍ଦୁ ପରିଷଦର ସେ ଜଣେ ସକ୍ରିୟ ସଭ୍ୟ ଅଛନ୍ତି। ବାଲେଶ୍ୱର ଫକୀର ମୋହନ  ମହାବିଦ୍ୟାଳୟରୁ ବିଏ ପାସ କରିବା ପରେ ନୀଳଗିରି ମହାବିଦ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ମାତ୍ର ସେଠାରେ ସେ ବେଶୀ ଦିନ ରହିପାରି ନ ଥିଲେ।

ଲୋକଙ୍କ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ରହିଥିଲା।୨୦୦୪ ଓ ୨୦୦୯ ମସିହାରେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ମାତ୍ର ୨୦୧୪ ନିର୍ବାଚନରେ  ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। କିନ୍ତୁ ଏଥର ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାବାସୀଙ୍କ ମନ କିଣି ପାରିଛନ୍ତି

ପ୍ରତାପ ଷଡ଼ଙ୍ଗୀ। ତାଙ୍କ ବିରୋଧରେ ଲଢ଼ୁଥିବା ଦୁଇ ଶିଳ୍ପପତିଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ବିଜୟ ବାନା ଉଡ଼ାଇଥିବାରୁ ଓଡ଼ିଶାର ଚାରିଆଡ଼ୁ ତାଙ୍କ ପାଇଁ  ଅଭିନନ୍ଦନର ସୁଅ ଛୁଟିଛି।



from Odisha Reporter http://bit.ly/2VYP46V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages