ଖରା ଦିନେ ବାହାରକୁ ଯାଉଥିଲେ, ପର୍ସରେ ରଖନ୍ତୁ ଏହି ସବୁ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଖରା ଦିନେ ବାହାରକୁ ଯାଉଥିଲେ, ପର୍ସରେ ରଖନ୍ତୁ ଏହି ସବୁ ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ଆପଣ କୌଣସି କାମରେ ବାହାରୁଥିଲେ, ନିଜ ଖାଦ୍ୟପେୟ, ପୋଷାକ ପରିଧାନ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ସମୟରେ ସନ୍ତୁଳିତ ଆହାର ସହ ହାଲକା ପୋଷାକ ପିନ୍ଧିବାକୁ ଭୁଲନ୍ତୁ ନାହିଁ।  ଏହାବ୍ୟତୀତ  ନିଜ  ପର୍ସରେ  କିଛି ଅତ୍ୟାବଶ୍ୟକ ଜିନିଷ  ନେବାକୁ ଭୁଲନ୍ତୁ ନାହିଁ। ଆସନ୍ତୁ ଜାଣିବା କ’ଣ ଏହି ଅତ୍ୟାବଶ୍ୟକ ଜିନିଷ, ଯାହାକୁ ଭୁଲିଲେ ପଡି ପାରନ୍ତି ଅସୁବିଧାରେ।

ପାଣି ବୋତଲ: ସବୁଠୁ ଆବଶ୍ୟକ ହେଉଛି ପାଣି। ଖରା ଦିନେ ବାହାରକୁ ବାହାରିଲେ ପ୍ରଥମେ ପାଣି ବଟଲ୍‌ ନେବାକୁ ଭୁଲନ୍ତୁ ନାହିଁ। ପ୍ରଥମେ ଏହାକୁ ନିଜ ବ୍ୟାଗରେ ରଖି ଦିଅନ୍ତୁ। ନଚେତ ପାଣି ଅଭାବରୁ ଡିହାଇଡ୍ରେସନ ସସମ୍ୟା ଦେଖା ଦେଇପାରେ।

ଟିସୁ :    ଖରା ଦିନେ ଗମ୍‌ ଗମ୍‌ ଝାଳ ବୋହିଥାଏ। ଯାହାଦ୍ୱାରା ଚେହେରାରେ ମଇଳା ଜମି ଯାଇ ବିଭିନ୍ନ ସମସ୍ୟା ଦେଖା ଦିଏ। ତେଣୁ ସବୁବେଳେ ଆପଣ ପର୍ସରେ ଓଦା ଟିସୁ ରଖନ୍ତୁ। ଯେବେ ବି ଚେହେରାରୁ ଝାଳ ବୋହିବ ତୁରନ୍ତୁ ତାହାକୁ ପୋଛି ଦିଅନ୍ତୁ। ଏହାଦ୍ୱାରା ବହୁ ସମୟ ଧରି ଆପଣଙ୍କ ଚେହେରା ସତେଜ ରହିବ।

ଗୁଲାପ ଜଳ :  ଖରା ଦିନେ ତ୍ୱଚାରେ ଚମକ ଆଣିବା ଲାଗି ଏହାକୁ ସଫା କରି ନିୟମିତ ଭାବେ ଗୋଲାପ ଜଳ ଲଗାନ୍ତୁ। ଏହି ଦିନେ ଶରୀର ସମେତ ତ୍ୱଚା ମଧ୍ୟ ଡିହାଇଡ୍ରେଡ ହୋଇଯାଉଥିବାରୁ ଗୋଲାପ ଜଳ ଦ୍ୱାରା ତ୍ୱଚାକୁ  ଫ୍ରେଶ୍‌ ରଖନ୍ତୁ।

 

ସନଗ୍ଲାସ :   ତ୍ୱଚା ଲାଗି ସନସ୍କ୍ରିନ୍‌ ଯେପରି ଆବଶ୍ୟକ, ଆଖି ଲାଗି ସନଗ୍ଲାସ ମଧ୍ୟ ସେପରି ଆବଶ୍ୟକ। ଭଲ ଗୁଣବତ୍ତାର ସନ୍‌ଗ୍ଲାସ୍‌ କିଣନ୍ତୁ ଓ ଖରାକୁ ବାହାରିବା ମାତ୍ରେ ଏହାକୁ ବ୍ୟବହାର କରନ୍ତୁ।

ପରଫ୍ୟୁମ୍‌:   ଖରା ଦିନେ ବାହାରକୁ ବାହାରିଲେ ଶରୀରରୁ ଗମ୍‌ ଗମ୍‌ ଝାଳ ବୋହିଥାଏ। ଫଳରେ ଆମ ଶରୀରରୁ ଦୁର୍ଗନ୍ଧ ବାହାରିବାହୁ ଅସ୍ୱସ୍ତିକର ଲାଗିଥାଏ। ଏପରି ସ୍ଥିତିରେ ଘରୁ ବାହାରିଲେ ଛୋଟ ପରଫ୍ୟୁମ୍‌ ବୋଟଲ ବ୍ୟାଗରେ ରଖିବାକୁ  ଭୁଲନ୍ତୁ ନାହିଁ। ଆପଣ ଚାହିଁଲେ ପ୍ୟାକେଟ୍‌ ସାଇଜର ରୋଲ ଅନ୍‌ ବି ବ୍ୟବହାର କରିପାରିବେ।



from Odisha Reporter http://bit.ly/2VYeQYN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages