ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗା କାଳିଆ। ଉଭୟଙ୍କ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେମାନେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଆଇସିୟୁ କିମ୍ବା ସ୍ୱତନ୍ତ୍ର ଭାବେ ଯତ୍ନ ନେବାର ଆବଶ୍ୟକ ନାହିଁ ବୋଲି ଦିଲ୍ଲୀ ଏମ୍ସର ଡାକ୍ତର ସୂଚନା ଦେଇଛନ୍ତି।
ଜଗାର ସ୍ୱାସ୍ଥାବସ୍ଥା ଉନ୍ନତି ହେଉଥିବା ବେଳେ ବଳିଆ ପାଟିରେ ଖାଦ୍ୟ ଗ୍ରହଣ କରୁଛି। ସ୍ୱତନ୍ତ୍ର ଟ୍ୟୁବ୍ ଜରିଆରେ ମଧ୍ୟ ତାକୁ ଖାଦ୍ୟ ଦିଆଯାଉଛି। ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଏହି ଦୁଇ ଶିଶୁଙ୍କୁ ଓଡ଼ିଶାକୁ ସ୍ଥାନାନ୍ତର କରାଯିବ। ଏମ୍ସରେ ଚିକିତ୍ସା କରୁଥିବା ଜଣେ ଡାକ୍ତର ଏବଂ ନର୍ସଙ୍କ ତତ୍ୱାବଧାନରେ ସେମାନଙ୍କୁ ଓଡ଼ିଶା ଆଣିବାକୁ ରାଜ୍ୟ ସରକାର କହିଥିବା ସୂଚନା ମିଳିଛି। ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ଯୋଗୁ ସେମାନଙ୍କୁ ବିମାନରେ ଓଡ଼ିଶା ଅଣାଯିବ। ଉଭୟ ଶିଶୁଙ୍କ ଚିକିତ୍ସା ଓ ବର୍ତ୍ତମାନର ସ୍ଥିତି ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ସରକାର କହିଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଏହି ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ନେଇ ପ୍ରଥମେ ଖବର ଓଟିଭିରେ ପ୍ରସାରଣ ହୋଇଥିଲା। ଏହାପରେ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ପରେ ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପର୍ଯ୍ୟାୟକ୍ରମେ ଅପରେସନ୍ ପରେ ଉଭୟଙ୍କୁ ପରସ୍ପରଠାରୁ ଅଲଗା କରାଯାଇଥିଲା।
ଖୁବଶୀଘ୍ର ଓଡ଼ିଶା ଫେରିବେ ଜଗା କାଳିଆ
from Odisha Reporter http://bit.ly/30YZUx8
No comments:
Post a Comment