ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌତାଲାଙ୍କ ସମ୍ପତ୍ତି ସିଜ୍‌ କଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌତାଲାଙ୍କ ସମ୍ପତ୍ତି ସିଜ୍‌ କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସି ଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଝଟ୍‌କା ଲାଗିଛି। ଏହି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶ୍ରୀ ଚୌତାଲାଙ୍କ ପାଖାପାଖି ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀରେ ଥିବା ଏକ ଜମି ଏବଂ ଫାର୍ମ ହାଉସ ରହିଛି।

ଏହି ସମ୍ପତ୍ତିର ମୂଳ୍ୟ ୧,୯୪,୫୨,୩୪୭ ଟଙ୍କା ବୋଲି ଇଡି ପକ୍ଷରୁ କୁହାଯାଇଛି। ପ୍ରିଭେସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ମାମଲରେ ଶ୍ରୀ ଚୌତାଲା ଏବେ ଜେଲ୍‌ରେ ଅଛନ୍ତି। ଏଥିସହ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ଓ ଇଡି ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛନ୍ତି।



from Odisha Reporter http://bit.ly/2WVAqPb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages