ମନ୍ତ୍ରୀଙ୍କୁ ତାଲା ପକାଇ ବିମୁଦ୍ରାକରଣ ଘୋଷଣା କରିଥିଲେ ମୋଦି: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ମନ୍ତ୍ରୀଙ୍କୁ ତାଲା ପକାଇ ବିମୁଦ୍ରାକରଣ ଘୋଷଣା କରିଥିଲେ ମୋଦି: ରାହୁଲ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ରାଜନେତାମାନେ ଜୋରଦାର ଉଦ୍ୟମ କରୁଛନ୍ତି। ଏହିକ୍ରମରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହିମାଚଳ ପ୍ରଦେଶଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୋଦି ବିମୁଦ୍ରାକରଣ ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟମାନଙ୍କୁ ତାଙ୍କ ବାସଭବନରେ ତାଲା ପକାଇ ଦେଇଥିଲେ।

କ୍ୟାବିନେଟ୍‌ ମନ୍ତ୍ରୀମାନେ ଘର ମଧ୍ୟରେ ବନ୍ଦ ହୋଇ ରହିବା ପରେ ମୋଦି ବିମୁଦ୍ରାକରଣ କଥା ଘୋଷଣା କରିଥିଲେ। ମୋଦିଙ୍କ ୭ ରେସ୍‌ କୋର୍ସ ରୋଡ୍‌ ସ୍ଥିତ ବାସଭବନରେ ଏହି ଘଟଣା ଘଟିଥିଲା। ଏସ୍‌ପିଜି କର୍ମଚାରୀମାନେ ଏକଥା କହିଛନ୍ତି। ଏସ୍‌ପିଜି ମୋ ସୁରକ୍ଷାରେ ମଧ୍ୟ ମୁତୟନ ହୋଇଛନ୍ତି। ସେମାନେ ହିଁ ଏକଥା କହିଛନ୍ତି।”

ରାହୁଲ ଗାନ୍ଧି ଆଜିର ରାଲିରେ ମୋଦିଙ୍କ ବାଲାକୋଟ୍‌ ଏବଂ ଏୟାର ଷ୍ଟ୍ରାଇକ୍‌ ସମ୍ପର୍କିତ ମନ୍ତବ୍ୟକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦେଖନ୍ତୁ ଆମ ପ୍ରଧାନମନ୍ତ୍ରୀ କେତେ ବୁଦ୍ଧିଆ। ସେ କୁଆଡ଼େ ବାୟୁସେନାକୁ ନର୍ଭସ ନ ହେବାକୁ କହିଥିଲେ।

ଏଥିସହ ମେଘ ଓ ବର୍ଷା ଯୋଗୁ ପାକିସ୍ତାନର ରାଡାର ଭାରତୀୟ ବାୟୁସେନାର ବିମାନକୁ ଧରି ପାରିବ ନାହିଁ ବୋଲି ମୋଦି ହିଁ ବାୟୁସେନାକୁ କୁଆଡ଼େ ପରାମର୍ଶ ଦେଇଥିଲେ। ମୋଦି ସର୍ବଦା ନିଜ ଦୁନିଆରେ ରହୁଛନ୍ତି। ସେ କେବେ ହେଲେ ଲୋକଙ୍କ କଥା ଶୁଣୁନାହାନ୍ତି।”



from Odisha Reporter http://bit.ly/2JpslyR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages