ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କୁ ସାସାକାୱା ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କୁ ସାସାକାୱା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପ୍ରମୋଦ କୁମାର ମିଶ୍ରଙ୍କୁ ଜାତିସଂଘର ବିପର୍ଯ୍ୟୟ ବିପଦପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ସାସାକାୱା ପୁରସ୍କାର ୨୦୧୯ ପ୍ରଦାନ କରିଛି। ଗୁରୁବାର ଦିନ ଜେନେଭାଠାରେ ଚାଲିଥିବା ବିପର୍ଯ୍ୟୟ ପ୍ରଶମନ ଗ୍ଲୋବାଲ ପ୍ଲାଟଫର୍ମ (ଜିପିଡିଆରଆର)୨୦୧୯ର ଷଷ୍ଠ ଅଧିବେଶନ ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଏହି ଘୋଷଣା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଡଃ ମିଶ୍ର ସମ୍ୱଲପୁରର ମୂଳ ବାସିନ୍ଦା। ବିପର୍ଯ୍ୟୟ ପୀଡ଼ିତ ସମ୍ପ୍ରଦାୟଙ୍କ ଦୃଢ଼ତା ବୃଦ୍ଧି କରିବାରେ ତାଙ୍କର ଦୀର୍ଘକାଳୀନ ପ୍ରୟାସ ଏବଂ ଅସମାନତା, ଦାରିଦ୍ର‌୍ୟ ଦୂର କରିବା ଓ ସାମାଜିକ ଓ ଅର୍ଥନୈତିକ ଭାବେ ଅନଗ୍ରସର ଜନସାଧାରଣଙ୍କ ସୁରକ୍ଷା ବଳୟ ବୃଦ୍ଧି କରିବା ନେଇ ତାଙ୍କ ବ୍ୟକ୍ତିଗତ ସଂକଳ୍ପବଦ୍ଧତା ଯୋଗୁ ଡଃ ପିକେ ମିଶ୍ରଙ୍କୁ ସାସାକାୱା ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାତିସଂଘର ସାସାକାୱା ପୁରସ୍କାର ହେଉଛି ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ୩୦ ବର୍ଷରୁ ଅଧିକ ହେବ ଆରମ୍ଭ ହୋଇଛି ଏବଂ ୟୁଏନଡିଆରଆର ଓ ନିପ୍ପନ ଫାଉଣ୍ଡେସନ ଦ୍ୱାରା ଯୁଗ୍ମ ଭାବେ ପ୍ରଦାନ କରାଯାଇଆସୁଛି। ବିଜେତାଙ୍କୁ ମୋଟ ୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ।

କୌଣସି ସଙ୍ଗଠନ କିମ୍ବା ବ୍ୟକ୍ତିବିଶେଷ ଏହି ପୁରସ୍କାର ଜିତିପାରିବେ । ସାସାକାୱା ପୁରସ୍କାର ୨୦୧୯ର ବିଷୟ ରହିଛି “ସମାବେଶୀ ଓ ନମନୀୟ ସମାଜ”ର ନିର୍ମାଣ। ଏହି ପୁରସ୍କାରର ୨୦୧୯ ସଂସ୍କରଣ ପାଇଁ ୟୁଏନଡିଆରଆରକୁ ୩୧ଟି ଦେଶରୁ ମୋଟ ୬୧ଟି ନୋମିନେସନ ପ୍ରାପ୍ତ ହୋଇଥିଲା। ଏହି ଦିନ ଭାରତୀୟ ପ୍ରତିନିଧି ଦଳ ‘ବିପତ୍ତି ସୂଚନା ନିବେଶ ଓ ଡିଆରଆର ଅର୍ଥନୀତି’ ଉପରେ ଏକ ଗୋଲ ଟେବୁଲ ବୈଠକରେ ଯୋଗଦେଇଥିଲେ ଏବଂ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି କ୍ଷେତ୍ରରେ ୟୁରୋପୀୟ ୟୁନିଅନ ସହିତ ଏକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କ ନେତୃତ୍ୱରେ ଏନଡିଏମଏ ସଦସ୍ୟ କମଲ କିଶୋର, ଗୃହ ବିଭାଗ (ବିପର୍ଯ୍ୟୟ ପରିଚାଳନା)ର ଯୁଗ୍ମ ସଚିବ ସଞ୍ଜୀବ କୁମାର ଜିନ୍ଦଲଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ୨୦୧୯ ମେ ୧୩ରୁ ୧୭ ମଧ୍ୟରେ ସ୍ୱିଜରଲାଣ୍ଡର ଜେନେଭାଠାରେ ଚାଲିଥିବା ବିପର୍ଯ୍ୟୟ ବିପତ୍ତି ପ୍ରଶମନ ପାଇଁ ଗ୍ଲୋବାଲ ପ୍ଲାଟଫର୍ମର (ଜିପିଡିଆରଆର) ଷଷ୍ଠ ଅଧିବେଶନରେ ଯୋଗଦେଇଛନ୍ତି। ବିପର୍ଯ୍ୟୟ ବିପତ୍ତି ପ୍ରଶମନ କ୍ଷେତ୍ରରେ ଜ୍ଞାନର ଆଦାନପ୍ରଦାନ ଓ ବର୍ତ୍ତମାନର ବିକଶିତ ଧାରା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଜିପିଡିଆରଆର ହେଉଛି ଜାତିସଂଘର ସାଧାରଣ ସଭା ଦ୍ୱାରା ପ୍ରତିଷ୍ଠିତ ଏକ ମଞ୍ଚ।



from Odisha Reporter http://bit.ly/2EfSHzf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages