ରାଜୀବ ଗାନ୍ଧିଙ୍କୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ କଲେ ଖୁଲାସା: କହିଲେ ସେ ମୋତେ ଆଇସ୍‌କ୍ରିମ୍‌ ଖୁଆଇବାକୁ ନେଇ ଯାଉଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ରାଜୀବ ଗାନ୍ଧିଙ୍କୁ ନେଇ ବଲିଉଡ୍‌ ନିର୍ଦ୍ଦେଶକ କଲେ ଖୁଲାସା: କହିଲେ ସେ ମୋତେ ଆଇସ୍‌କ୍ରିମ୍‌ ଖୁଆଇବାକୁ ନେଇ ଯାଉଥିଲେ

ନୂଆଦିଲ୍ଲୀ: ଭାରତର ପୂର୍ବ ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ଆଜି ହେଉଛି ଶ୍ରାଦ୍ଧ ବାର୍ଷିକ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି , ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ପାର୍ଟିର ମହାସଚିବ ପ୍ରିୟଙ୍କା ଗାନ୍ଧି ତାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।  ଏଥିସହ ‘ଅଲିଗଡ’ ଏବଂ ‘ସହିଦ’ ଫିଲ୍ମର ନିର୍ଦ୍ଦେଶକ ହଂସଲ ମେହତା ମଧ୍ୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ଏକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ କିଛି ପୁରୁଣା ସ୍ମୃତି ଶେଆର କରିଛନ୍ତି।  ରାଜୀବ ଗାନ୍ଧି ତାଙ୍କ ବାପାଙ୍କ ସାଙ୍ଗ ହୋଇଥିବାରୁ ଉଭୟ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ସେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି- ରାଜୀବ ଗାନ୍ଧି ରାଜନେତା ହେବା ପୂର୍ବରୁ ଆମ ପରିବାର ସହ ତାଙ୍କର ଭଲ ସମ୍ପର୍କ ଥିଲା।  ଯେତେବେଳେ ମୁଁ ସ୍କୁଲ୍‌ରେ ପଢୁଥିଲି ମୋ ବାପା ଆଉ ସେ ଖୁବ୍‌ ଭଲ ବନ୍ଧୁଥିଲେ। ମୁଁ ସବୁ ଫ୍ଲେବରର ଆଇସ୍‌କ୍ରିମ୍‌ ଖାଇବାକୁ ଭଲ ପାଉଥିଲି। ହେଲେ ଅଧିକାଂଶ ସମୟରେ ସେ ମୋତେ ଗୋକୁଲ୍‌ ଆଇସ୍‌କ୍ରିମ୍ ଖାଇବାକୁ  ଦେଉଥିଲେ। ମୁଁ ତାଙ୍କ ନିରୀହ ହସକୁ କେବେ ଭୁଲି ପାରିବିନି। ସେ ହସ ରାଜନୀତିରେ କେଉଁଠି ହଜିଯାଇଛି।

ହଂସଲ ମେହେତାଙ୍କର ଏହି ଟ୍ୱିଟ୍‌ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

ସୂଚନା ଅନୁଯାୟୀ, ୧୯୯୧ମସିହା ମେ ୨୧ ତାରିଖରେ ତାମିଲନାଡୁର ଶ୍ରାପେରବରଦୂରରେ ଏକ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧିଙ୍କର ମୃତ୍ୟୁ ଘଟିଥିଲା। ଏହି ହାମ୍‌ଲାରେ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡିଥିଲା।

 



from Odisha Reporter http://bit.ly/2YH6syF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages