
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି ରହିଛି। ଏହାରି ଭିତରେ ଆୟରୁ ଅଧିକ ସମ୍ପତ୍ତି ରଖିବା ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ସିଂହ ଯାଦବ ଏବଂ ତାଙ୍କ ବାପା ମୁଲାୟମ ସିଂହ ଯାଦବ ଓ ତାଙ୍କ ସ୍ତ୍ରୀ ଡିମ୍ପଲ ସିଂହ ଯାଦବଙ୍କୁ ସିବିଆଇ ଆଜି କ୍ଲିନ୍ ଚିଟ୍ ଦେଇଛି ।
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏହି ମାମଲାର ତଦନ୍ତ କରି କୌଣସି ପ୍ରମାଣ ପାଇନଥିବା ଦର୍ଶାଇଥିଲା। ଏହାପରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ନିଜ ଷ୍ଟାଟସ ରିପୋର୍ଟ ଦାଖଲ କରି କ୍ଲିନ୍ ଚିଟ୍ ଦେଇଛି ଉତ୍ତର ପ୍ରଦେଶର ଏହି ଯାଦବ ପରିବାରକୁ। ତେବେ ଗ୍ରୀଷ୍ମ ଅବକାଶ ଛୁଟି ଖୋଲିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦୧୩ ପରେ ଆୟରୁ ଅଧିକ ସମ୍ପତ୍ତି ରଖିଥବା ନେଇ ଅଖିଲେଶ ଓ ତାଙ୍କ ବାପା ଓ ତାଙ୍କ ସ୍ତ୍ରୀଙ୍କ ବିରୋଧରେ କୌଣସି ତଦନ୍ତ ହୋଇନଥିଲା। ଏହାପରେ ମମାଲାର ତଦନ୍ତ ଆଗକୁ ନେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଇନଜୀବୀ ବିଶ୍ୱନାଥ ଚତୁର୍ବେଦୀ।
from Odisha Reporter http://bit.ly/2EnPHkf
No comments:
Post a Comment