ବିନା ଓଭନରେ ପ୍ରସ୍ତୁତ କରନ୍ତୁ ସମସ୍ତଙ୍କ ପସନ୍ଦର ଚିଜ୍‌ ପିଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ବିନା ଓଭନରେ ପ୍ରସ୍ତୁତ କରନ୍ତୁ ସମସ୍ତଙ୍କ ପସନ୍ଦର ଚିଜ୍‌ ପିଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଜା ସମସ୍ତଙ୍କୁ ଭଲ ଲାଗିଥାଏ। ଛୋଟ ପିଲା ତ ଏହାକୁ ଖାଇବାକୁ ପାଗଳ ହୋଇ ଯାଇଥାନ୍ତି। କେବଳ ଛୋଟ ପିଲା କ’ଣ ବଡ଼ମାନେ ମଧ୍ୟ ଏହାକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ହେଲେ ଆମେ ଏହାକୁ ଘରେ ତିଆରି କରିବା ଜାଣି ନଥିବାରୁ ବାହାରୁ କିଣି ଆଣିଖାଉ।

ଏବେ ଆପଣଙ୍କର ମନ ପସନ୍ଦର ଆଇଟମ୍‌କୁ ଆପଣ ବାହାରୁ କିଣି ନ ଆଣି ଘରେ ତିଆରି କରି ଖାଇ ପାରିବେ। ଆଜି ଆପଣଙ୍କୁ ଏହି ଚିଜ୍‌ ପିଜା କିପରି ହୁଏ ଶିଖାଇବୁ। ବିନା ଇଷ୍ଟ ବିନା ଓଭାନ୍‌ରେ କଡ଼େଇରେ ଏହାକୁ କିପରି ପ୍ରସ୍ତୁତ କରିବେ ପଢ଼ନ୍ତୁ।

ଆବଶ୍ୟକ ସାମଗ୍ରୀ

ମଇଦା, ଲୁଣ, ବେକିଂ ପାଉଡର୍‌, ବେକିଂ ସୋଡ଼ା, ଦହି, ପାଣି , ତେଲ, ପିଜା ସସ୍‌, କଟା ପିଆଜ, ଗ୍ରୀନ୍‌, ରେଡ୍‌ କ୍ୟାପ୍‌ସିକମ୍‌, ପନିର୍‌, ସୁଇଟ୍‌ କର୍ଣ୍ଣ, ଟମାଟୋ, ରେଡ୍‌ ଚିଲି ଫ୍ଲେକ୍ସ, ପିଜା ସିସ୍‌ନିଂ ଏବଂ ଅରେଗାନୋ।

ପିଜା ସସ୍‌ ପାଇଁ ଆବଶ୍ୟକ ସାମଗ୍ରୀ

ଲାଲ୍‌ ଟମାଟୋ, ତେଲ, ପିଆଜ, ରସୁଣ, ଲାଲ୍‌ ଲଙ୍କା, ଅରେଗାନୋ, ଚିନି, ଟମାଟୋ କ୍ୟାଚ୍‌ଅପ୍‌ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରି କଟା ପିଆଜ, ଗୋଟା ରସୁଣ, ଲାଲ୍‌ ଲଙ୍କା, ଅରେଗାନୋ ପକାଇ ଭାଜି ଦିଅନ୍ତୁ। ଏହା ପରେ ସେଥିରେ କଟା ଟମାଟୋ ପକାଇ ଭଲରେ ଗୋଳାଇ ସିଝିବା ପାଇଁ ଛାଡ଼ି ଦିଅନ୍ତୁ।

ସିଝି ଗଲା ପରେ ସେଥିରେ ଅଳ୍ପ ଚିନି ପକାଇ ଆଉ କିଛି ସମୟ ଗ୍ୟାସ୍‌ରେ ବସାନ୍ତୁ। ଏହା ପରେ ସେଥିରେ ଅଳ୍ପ ଟମାଟୋ କ୍ୟାଚ୍‌ଅପ୍‌ ପକାଇ ସସ୍‌କୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ସସ୍‌କୁ ଆପଣ ଗ୍ରାଇଣ୍ଡ କଲା ପରେ ପ୍ରସ୍ତୁତ ହୋଇଯିବ ପିଜା ସସ୍‌।

ପିଜା ବେସ୍‌ ତିଆରି କରିବା ପ୍ରଣାଳୀ

ପ୍ରଥମେ ପିଜା ବେସ୍‌ ତିଆରି କରିବା ପାଇଁ ଏକ ପାତ୍ରରେ ମଇଦା, ଲୁଣ, ବେକିଂ ପାଉଡର୍‌, ବେକିଂ ସୋଡ଼ା ଏବଂ ଦହି ,ଏବଂ ଅଳ୍ପ ପାଣି ପକାଇ ଭଲରେ ଚକଟି ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ତେଲ ଦେଇ ପୁଣି ଥରେ ଚକଟି ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।

ଏବେ ପିଜା ବେସ୍‌ ତିଆରି କରିବା ପାଇଁ ଏକ ଥାଳିରେ ତେଲ ଦେଇ ପୂର୍ବରୁ ଚକଟା ମଇଦାକୁ ପିଜା ବେସ୍‌ ଭଳି କରି ସେଥିରେ ରଖନ୍ତୁ। ଏହାକୁ ଆପଣ ମୋଟା କରି ବେଲିବେ। ଏହା ପରେ ହାତରେ ଏହାର କଡ଼ଗୁଡ଼ିକୁ ମୋଟା କରିଲା ପରେ କଣ୍ଟା ଚାମଚରେ ପିଜା ବେସ୍‌ରେ ହୋଲ୍‌ କରି ଦିଅନ୍ତୁ। ଏବେ ଆପଣଙ୍କର ପିଜା ବେସ୍‌ ତିଆରି ହୋଇଗଲା।

ଏହା ପରେ ପିଜା କରିବା ପାଇଁ ଏକ ଗଭିର କଡ଼େଇ ନେଇ ସେଥିରେ ଅଧିକା ଲୁଣ ଦିଅନ୍ତୁ। ଏହା ଉପରେ ଆପଣ ଷ୍ଟାଣ୍ଡ୍‌ ଦେଇ ପାରିବେ ନ ହେଲେ ଆପଣ ଏକ ଗିନାକୁ ଓଲଟାଇ ରଖିପାରିବେ। ଲୁଣ ଉପରେ ଗିନା ବା ଷ୍ଟାଣ୍ଡ ରଖି ୧୫ ମିନିଟ୍‌ ଯାଏ କଡେଇକୁ କମ୍‌ ଆଞ୍ଚରେ ଗରମ କରନ୍ତୁ।

ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ପିଜା ବେସ୍‌ ନେଇ ସେଥିରେ ପିଜା ସସ୍‌ ଲଗାନ୍ତୁ। ଏହା ପରେ ଚିଜ୍‌କୁ ଗୁଣ୍ଡ କରି ସେଥିରେ ଦିଅନ୍ତୁ। ଏହି ଚିଜ୍‌ ଆପଣଙ୍କୁ ଅତି ସହଜରେ ବଜାରରେ ମିଳିଯିବ। ଆପଣଙ୍କ ପସନ୍ଦ ଅନୁସାରେ ଚିଜ୍‌କୁ କମ୍‌ ବେଶୀ ମଧ୍ୟ କରି ଦେଇପାରିବେ।

ଏବେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପିଜା ବେସ୍‌ରେ କଟା ପିଆଜ, ଗ୍ରୀନ୍‌, ରେଡ୍‌ କ୍ୟାପ୍‌ସିକମ୍‌, ପନିର୍‌, ସୁଇଟ୍‌ କର୍ଣ୍ଣ, ଟମାଟୋକୁ ସାଇସ୍‌ କରି ପିଜା ବେସ୍‌ରେ ରଖି ପୁଣି ଥରେ ଚିଜ୍‌ ପକାନ୍ତୁ। ଏଠାରେ ଆପଣଙ୍କ ମନ ପସନ୍ଦର ପରିବା ମଧ୍ୟ ପକାଇ ପାରିବେ। ଏହା ପରେ ସେଥିରେ ରେଡ୍‌ ଚିଲି ଫ୍ଲେକ୍ସ, ପିଜା ସିସ୍‌ନିଂ, ଅରେଗାନୋ ପକାଇ ସାରିଲା ପରେ ପିଜା କଡ଼ରେ ହାଲ୍‌କାରେ ତେଲ ଲଗାଇ ଗରମ ହେଇଥିବା କଡ଼େଇରେ ରଖି ଘୋଡ଼ଣୀ ଦେଇ ଦିଅନ୍ତୁ।

ଏହାକୁ ଏବେ କମ୍‌ ଆଞ୍ଚରେ ୧୫ ମିନିଟ୍‌ ଯାଏ ଗ୍ୟାସ୍‌ ଉପରେ ରଖନ୍ତୁ। ୧୫ ମିନିଟ୍‌ ପରେ ଏହାକୁ ଚେକ୍‌ କରି ଦେଖନ୍ତୁ ଯେ, ଆପଣଙ୍କ ପିଜା ହେଇଛି ନା ନାହିଁ। ଯଦି ହୋଇ ନ ଥିବ ଆଉ କିଛି ସମୟ ଏହାକୁ ଗ୍ୟାସ୍‌ ଉପରେ ରଖନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କର ସ୍ୱାଦିଷ୍ଟ ପିଜା।

ଏହାକୁ ଏବେ ଆପଣଙ୍କ ପସନ୍ଦର ସାଇଜ୍‌ ଅନୁସାରେ କାଟି ନିଜେ ଖାଆନ୍ତୁ ଆଉ ଅନ୍ୟ ମାନଙ୍କୁ ଖୁଆନ୍ତୁ।



from Odisha Reporter http://bit.ly/2Htm8zH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages