ବିଶ୍ୱକପ୍‌ରେ ପ୍ରଥମଥର ବ୍ୟବହାର କରାଯିବ ଏହି ଟେକ୍‌ନିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ବିଶ୍ୱକପ୍‌ରେ ପ୍ରଥମଥର ବ୍ୟବହାର କରାଯିବ ଏହି ଟେକ୍‌ନିକ୍‌

ନୂଆଦିଲ୍ଲୀ: ନୂଆ ଟେକନିକ୍ ଦ୍ୱାରା ଆଧୁନିକ କ୍ରିକେଟ୍ ଦିନକୁ ଦିନ ବଦଳିବାରେ ଲାଗିଛି। ଯଦ୍ଦ୍ୱାରା ଏଥର ମେ’ ୩୦ ତାରିଖରୁ ଇଂଲଣ୍ଡ ଆଣ୍ଡ ୱେଲ୍ସ (ଇସିବି)ରେ ହେବାକୁଥିବା ବିଶ୍ୱକପରେ କିଛି ନୂଆ ଟେକନିକ୍ ପ୍ରଥମଥର ପ୍ରୟୋଗ କରାଯିବ, ଯାହା ଏହି ମହାକୁମ୍ଭକୁ ସ୍ୱତନ୍ତ୍ର କରିବ।

୧୯୯୨ ବିଶ୍ୱକପରେ ପ୍ରଥମଥର ଟେକନିକର ପ୍ରୟୋଗ କରାଯାଇଥିଲା, ଯେଉଁଥିରେ ଥାର୍ଡ ଅମ୍ପାୟାରଙ୍କୁ ସାମିଲ୍ କରାଯାଇଥିଲା। ଏହା ପରେ ୨୦୦୭ରେ ବିଶ୍ୱକପରେ ଡିଆରଏସକୁ ସାମିଲ୍ କରାଯାଇଥିଲା। ସେହିପରି ୨୦୧୫ ବିଶ୍ୱକପରେ ଏଲଇଡି ଷ୍ଟମ୍ପର ବ୍ୟବହାର କରାଯାଇଥିଲା। ତେଣୁ ୨୦୧୯ ବିଶ୍ୱକପରେ ୫ଟି ନୂଆ ଟେକନିକ୍ ସାମିଲ୍ କରାଯାଇଛି, ଯାହା ପ୍ରଥମଥର ବ୍ୟବହାର କରାଯିବ। ଆସନ୍ତୁ ଜାଣିବା ଏହି ନୂଆ ଟେକନିକ୍ କ’ଣ।

ଜର୍ସି ଭିତରେ ଲାଗିବ ‘ଟ୍ରାକର୍ ଡିଭାଇସ୍’: ଏଥର ଖେଳାଳି ନିଜ ଜର୍ସି ଭିତରେ ଏହି ଟ୍ରାକର୍ ଡିଭାଇସ୍ ଲଗାଇବେ। ଏହାଦ୍ୱାରା ମଇଦାନରେ ଖେଳାଳିଙ୍କ ମୁଭମେଣ୍ଟକୁ ମନିଟର୍ କରିବାରେ ସହାୟକ ମିଳିବ। ଏଥିସହ ଏହି ଡିଭାଇସ୍ ଖେଳାଳିମାନଙ୍କୁ ୱାର୍କଲୋଡକୁ ମଧ୍ୟ ଟ୍ରାକ୍ କରିବ। ଏପରିକି କେଉଁ ଖେଳାଳିଙ୍କୁ ଆରାମ ଦରକାର ଏବଂ କିଏ ଆହତ ହୋଇଛନ୍ତି, ତାହା ଫିଜିଓ ଏବଂ ଟ୍ରେନର ଜାଣିପାରିବେ। ମାଞ୍ଚେଷ୍ଟର ୟୁନାଇଟେଡ଼, ବାର୍ସିଲୋନ ଭଳି ଫୁଟବଲ କ୍ଲବ୍ ଏହାର ବ୍ୟବହାର କରନ୍ତି। ଭାରତ ଓ ଶ୍ରୀଲଙ୍କା ବ୍ୟତୀତ ଅନ୍ୟ ଦୁଇ ଦେଶ ମଧ୍ୟ ଏହାର ବ୍ୟବହାର କରିବେ।

ସ୍ପିନ୍ ବୋଲିଂ ମେଶିନ୍: ଆୟୋଜକ ଇଂଲଣ୍ଡରେ ବିଶ୍ୱକପରେ ଭାରତର ୟୁଜବେନ୍ଦ୍ର ଚହଲ୍ ଓ ଆଫଗାନିସ୍ତାନ ରଶିଦ୍ ଖାନଙ୍କ ଭଳି ସ୍ପିନରଙ୍କୁ ସାମ୍ନା କରିବା ପାଇଁ ସ୍ପିନ୍ ବୋଲିଂ ମେଶିନ୍ (ମେରାଲିନ୍ ମେଶିନ୍)ର ସହାୟତା ନିଆଯିବ। ଇଂଲଣ୍ଡ ତା’ର ସମସ୍ତ ୧୮ କାଉଣ୍ଟି ଟିମର ଗ୍ରାଉଣ୍ଡରେ ଏହି ସ୍ପିନ୍ ବୋଲିଂ ମେଶିନ୍ ଲଗାଇ ସାରିଛି। ଯଦ୍ଦ୍ୱାରା ଜଣେ ବ୍ୟାଟ୍ସମ୍ୟାନ୍ ରିଷ୍ଟ ସ୍ପିନର ବିରୋଧରେ ପାରଙ୍ଗମ ହୋଇପାରିବ। ପ୍ରଥମେ ଏହି ମେଶିନ୍ କିଛି ମଇଦାନରେ ଉପଲବ୍ଧ ଥିଲା।

ସ୍ପାଇଡର୍‌କ୍ୟାମ୍‌ର ବ୍ୟବହାର: ପ୍ରଥମଥର କଭରେଜ୍ ପାଇଁ ସ୍ପାଇଡରକ୍ୟାମର ବ୍ୟବହାର କରାଯିବ। ପ୍ରତି ମ୍ୟାଚର କଭରେଜ୍ ପାଇଁ ୩୨ କ୍ୟାମେରା ଲଗାଯାଇଛି। ୮ଟି ଅଲଟ୍ରା-ମୋଶନ ହକ୍-ଆଇ କ୍ୟାମେରା ବ୍ୟତୀତ ରିଭର୍ସ ଭ୍ୟୁଷ୍ଟେପ୍ କ୍ୟାମେରାର ମଧ୍ୟ ବ୍ୟବହୃତ ହେବ। ପ୍ରଥମଥର ୩୬୦ ଡିଗ୍ରୀ ରିପ୍ଲେ ମଧ୍ୟ ଦେଖାଯିବ। ସବୁ ଭେନ୍ୟୁର ଭିଜୁଆଲ ପାଇଁ ଡ୍ରୋନ୍ କ୍ୟାମେରା ଏବଂ ଚେୟାର୍ କ୍ୟାମେରାର ପ୍ରୟୋଗ ହେବ।

୧୦ ୱାର୍ମଅପ୍ ମ୍ୟାଚ୍‌ର ସିଧା ପ୍ରସାରଣ: କ୍ରିକେଟର ସବୁଠାରୁ ବଡ଼ ସଂସ୍ଥା ଆଇସିସି ସବୁଠାରୁ ପରିବର୍ତ୍ତନ ମ୍ୟାଚ୍ କଭରେଜକୁ ନେଇ କରିଛି। ଆଇସିସି ମ୍ୟାଚର କଭରେଜ୍ ପାଇଁ ୩୨ କ୍ୟାମେରାର ବ୍ୟବହାର କରିବ। ଯଦ୍ଦ୍ୱାରା ୩୬୦ ଡିଗ୍ରୀ ରିପ୍ଲେ ଦେଖି ହେବ। କେବଳ ଏତିକି ନୁହେଁ, ଆଇସିସି ପ୍ରଥମଥର ପାଇଁ ବିଶ୍ୱକପର ସବୁ ୧୦ ୱାର୍ମଅପ୍ ମ୍ୟାଚର ଲାଇଭ୍ କଭରେଜ୍ ମଧ୍ୟ କରିବ।

ଆଫଗାନିସ୍ତାନରେ ପ୍ରସାରଣ: ୨୦୦ରୁ ଅଧିକ ଦେଶରେ ପ୍ରସାରଣ ବ୍ୟବସ୍ଥା ବ୍ୟବୀତ ପ୍ରଥମଥର କ୍ରିକେଟ୍ ବିଶ୍ୱକପ୍ ଆଫଗାନିସ୍ତାନରେ ପ୍ରସାରିତ କରାଯିବ। ଏହା ପୂର୍ବରୁ କୌଣସି ବିଶ୍ୱକପର ପ୍ରସାରଣ ଆଫଗାନିସ୍ତାନରେ ହୋଇନଥିଲା। ତେବେ ପ୍ରଥମଥର ବିଶ୍ୱକପର ପ୍ରସାରଣ ଆଫଗାନିସ୍ତାନ କ୍ରିକେଟ୍ ପ୍ରଶଂସକ ମନରେ ଖୁସି ଭରିଦେଇଛି।



from Odisha Reporter http://bit.ly/2M0bpBd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages