ଟିକ୍‌ଟକ୍‌ ସେଲେବ୍ରିଟିଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ଅପରାଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଟିକ୍‌ଟକ୍‌ ସେଲେବ୍ରିଟିଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ଅପରାଧୀ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆ ଫ୍ଲାଟଫର୍ମ ଟିକ୍‌ଟକ୍‌ ଜରିଆରେ ରାତାରାତି ସେଲେବ୍ରିଟି ବନି ଯାଇଥିବା ଦିଲ୍ଲୀର ମୋହିତ ମୋରଙ୍କୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାକାରୀଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି। ୨୪ ବର୍ଷୀୟ ମୋହିତ ଜଣେ ଜିମ୍‌ ଟ୍ରେନର। ସେ ଏକାଧିକ ଭିଡିଓ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମରେ ଛାଡ଼ନ୍ତି। ଏହି ଟିକ୍‌ଟକ୍‌ ଆପ୍ସରେ ତାଙ୍କର ୫ ଲକ୍ଷ ଅନୁଗାମୀ ରହିଛନ୍ତି।

ମଙ୍ଗଳବାର ସନ୍ଧ୍ୟା ୫ଟାରେ ମୋହିତ ନଜଫଗଡ଼ ଠାରେ ଥିବା ଏକ ଫଟୋକପି ଦୋକାନରେ ବସିଥିଲେ। ଏହି ସମୟରେ ୩ ଜଣ ଅଜଣା ଦୁର୍ବୃତ୍ତ ବାଇକ୍‌ରେ ଆସି ଦୋକାନା ନିକଟରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗକୁ ଦୁର୍ବୃତ୍ତମାନେ ମୋହିତଙ୍କ ଉପରକୁ ୧୩ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ମୋହିତଙ୍କ ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତମାନେ ଘଟଣା ପରେ ଫେରାର ହେଉଥିବା ବେଳେ ସେଠାରେ ଲାଗିଥିବା ସିସିଟିଭିରେ ସେମାନଙ୍କ ଚେହେରା କ୍ୟାପଚର୍‌ ହୋଇଛି।

ତେବେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ହେଲମେଟ୍‌ ପିନ୍ଧିଥିବା ବେଳେ ଅନ୍ୟ ଜଣଙ୍କ ମୁହଁ କ୍ୟାମେରାରେ କଏଦ ହୋଇଛି। ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।



from Odisha Reporter http://bit.ly/2WijJ3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages