ରକ୍ତରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ଆମେଠିର ଜଣେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ରକ୍ତରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ଆମେଠିର ଜଣେ ଯୁବକ

election-commission-of-indi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ରାଜୀବ ଗାନ୍ଧୀ ଦୁର୍ନୀତିରେ ନମ୍ବର ଓ୍ୱାନ’ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ୟୁପିର ଆମେଠି ଲୋକସଭା ଆସନର ଜଣେ ଯୁବକ ମନୋଜ କଶ୍ୟପ। ଏଭଳି ଅପମାନସୂଚକ ମନ୍ତବ୍ୟ ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ନ ଦିଅନ୍ତୁ ବୋଲି ଦର୍ଶାଇ ନିର୍ବାଚନ କମିଶନଙ୍କୁ ନିଜ ରକ୍ତରେ ଏକ ଚିଠି ଲେଖିଛନ୍ତି।

ତେବେ ଏହି ଚିଠିରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ ଭାବପ୍ରବଣ ହୋଇ ଲେଖିଥିବା ମନୋଜ କଶ୍ୟପ ଦର୍ଶାଇଛନ୍ତି। ଯାହାକୁ ଉତ୍ତର ପ୍ରଦେଶର କଂଗ୍ରେସ ଏମଏଲସି ଦୀପକ ସିଂହ ଟ୍ବିଟରରେ ସେୟାର କରିଛନ୍ତି।

ମନୋଜ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ୧୮ ବର୍ଷରେ ଜଣ ଭୋଟ ଦେବାକୁ ସକ୍ଷମ ବୋଲି ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆଇନ ଆଣିଥିଲେ। ଏଥିସହ ଦେଶରେ ଟେଲିକମ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଏହି ସରକାର ସମୟରେ ଆସିଥିଲା ବୋଲି ମନୋଜ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଆମେଠିର ପ୍ରତିଟି ବ୍ୟକ୍ତି ଓ ଦେଶର ସମସ୍ତଙ୍କ ହୃଦୟରେ ଏହି ଦିବଂଗତ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ମଧ୍ୟ ଖବରକାଗଜରେ ନିଜ ଦ୍ୱାରା ଏକ ଅନୁଛେଦରେ ରାଜୀବ ଗାନ୍ଧିଙ୍କୁ ପ୍ରଶଂସା କରିଥିଲେ ବୋଲି ଯୁବକ ଜଣକ ଲେଖିଛନ୍ତି।

ଏଥିପାଇଁ ନିର୍ବାଚନ କମିଶନ ରାଜୀବ ଗାନ୍ଧିଙ୍କ ବିରୋଧରେ ଆଗାମୀ ଦିନରେ କେହି ଅପମାନ ସୂଚକ ମନ୍ତବ୍ୟ ନଦେଉ ବୋଲି ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।



from Odisha Reporter http://bit.ly/2J6TUNf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages