
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ । ବର୍ତ୍ତମାନ ସୁଦ୍ଧା କିଛି ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଂଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ।୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ପ୍ରତିଶତ ବିଦ୍ୟୁତ୍ ସେବା ମିଳିବ।
ଗତକାଲି ରାତିରେ ଭୁବନେଶ୍ୱର ଓ କଟକ ସହରର କିଛି ଜାଗାରେ ବିଦ୍ୟୁତ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରାଯାଇଛି । ଭୁବନେଶ୍ୱରରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ରହିଛି । ଆଜି ବିଦ୍ୟୁତ୍ ଯୋଗାଣ ଉପଭୋକ୍ତା ସଂଖ୍ୟା ଡବଲ ହୋଇଯିବ। ତେବେ ଦିନକ ପରେ ବିଦ୍ୟୁତ୍ ଯୋଗାଣ ଉଲ୍ଲେଖନୀୟ ସଂଖ୍ୟା ଛୁଇଁବ ବୋଲି କୁହାଯାଉଛି। କଟକରେ ବି କିଛି ଅଞ୍ଚଳରେ ଗତକାଲି ବିଦ୍ୟୁତ୍ ଯୋଗାଣ ହୋଇଛି। କଟକର ଆଉ କିଛି ଅଞ୍ଚଳରେ ଆଜି ବିଦ୍ୟୁତ୍ ଯୋଗାଣ କରାଯିବ । ସେହିପରି ପୁରୀକୁ ଅଧିକ କର୍ମଚାରୀଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ସେସୁ ସିନିୟର ଜିଏମ୍ ସୁବ୍ରତ ମିଶ୍ର।
from Odisha Reporter http://bit.ly/2LxdrZe
No comments:
Post a Comment