
ମୁମ୍ୱାଇ: ଖୁବ କମ୍ ଦିନରେ ନିଜ ଆକ୍ଟିଂ ପାଇଁ ଓ ଷ୍ଟାଇଲ ଷ୍ଟେଟମେଣ୍ଟ ଲାଗି ବଲିଉଡ଼ରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆକ୍ଟର ସୋନମ କପୁର ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ତାଙ୍କ ପ୍ରଥମ ବିବାହ ବାର୍ଷିକୀ। ସୋନମ ଦିଲ୍ଲୀର ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଥିଲେ । ଉଭୟ ସୋଶାଲ ମିଡ଼ିଆରେ ସବୁବେଳେ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ପ୍ରଥମ ବାର୍ଷିକୀରେ ଆନନ୍ଦ ପତ୍ନୀ ସୋନମଙ୍କ ନିମନ୍ତେ ଏକ ଇମୋଶନାଲ ପୋଷ୍ଟ ଶେଆର କରିଛନ୍ତି। ଉଭୟ ସୋନମ ଓ ନିଜେ ଜୋତା ପିନ୍ଧିଥିବାର କିଛି ଫଟୋ ଆନନ୍ଦ ନିଜ ଆକାଉଣ୍ଟରେ ଶେଆର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ମୁଁ ଏଥିପାଇଁ ଏହି ଫଟୋ ପୋଷ୍ଟ କରି ନାହିଁ କାରଣ ଏହା ମୋର ପସନ୍ଦର ଜୋତା। ଏଥିଲାଗି କରିଛି ଯେ, ମଣିଷକୁ ସବୁବେଳେ ତଳକୁ ଦେଖିବା ଆବଶ୍ୟକ। ଏହାଦ୍ୱାରା ଭୂମି ସହ ଯୋଡ଼ି ହେବା ସହ ବାସ୍ତବିକ ହେବାର ଅନୁଭବ ହୁଏ।

ଆନନ୍ଦ ଆହୁରି ଲେଖିଛନ୍ତି ଯେ, ଆମ ବିବାହକୁ ବର୍ଷେ ହୋଇଯାଇଥିବା ବେଳେ ଆମେ ପରସ୍ପରକୁ ୩ ବର୍ଷ ହେଲା ଜାଣିଛୁ। ଯଦି ଆପଣଙ୍କ ଲାଇଫ ପାର୍ଟନର ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ହୁଏ ତେବେ ଆପଣ ଦୁନିଆର ସବୁଠୁ ଭାଗ୍ୟବାନ। ସେ ସବୁବେଳେ ଆପଣଙ୍କ ପାଖରେ ଛିଡ଼ା ହୁଏ ତାହା ନୁହେଁ, ଜୀବନକୁ ଆହୁରି ଅଧିକ ଭଲ କରିବାକୁ ସେ ଆପଣଙ୍କ ମନୋବଳ ବଢାଏ ।

ଏପରି ଜୀବନସାଥୀ ଯେ ବି ବିନା ସର୍ତ୍ତରେ ଆପଣଙ୍କୁ ଭଲ ପାଇବ। ଏହାସହ ଭୁଲ ଥିଲେ ମଧ୍ୟ ଆପଣଙ୍କୁ ସୁଧାରି ନେବ। ହାପି ଆନିଭର୍ସରୀ ସୋନମ। ସୋନମ ୮ ମେ’ରେ ଦିଲ୍ଲୀ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ଆନନ୍ଦ ଫ୍ୟାଶନ ବ୍ରାଣ୍ଡ ‘Bhane’ର ମାଲିକ ଅଟନ୍ତି।
from Odisha Reporter http://bit.ly/2JnOCMJ
No comments:
Post a Comment