ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ: ସ୍ୱାମୀ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ: ସ୍ୱାମୀ ଅଟକ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଯୌତୁକ ପାଇଁ ବଧୂ  ହତ୍ୟା ଅଭିଯୋଗ। ଏମିତି ଏକ ଅଭିଯୋଗ ବଲାଙ୍ଗିର ଟାଉନଥାନା କଂସାରୀପଡାରୁ ଆସିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରୁରା କରୁଛି ପୁଲିସ।

କଂସାରୀପଡାର ବିଜୟ ଗଜେନ୍ଦ୍ରଙ୍କ ପୁଅ ବିମାନ ଗଜେନ୍ଦ୍ର ନୟାଗଡର ସୁଭାଷିନୀ ପରିଡାଙ୍କ ଝିଅ ପୁଷ୍ପାଞ୍ଜଳିଙ୍କୁ ଗତ ଦୁଇ ମାସ ତଲେ ବିବାହ ହୋଇଥିଲେ । ତେବେ ଆଜି ସକାଳୁ ପୁଷ୍ପାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଶାଶୁ ଘର ଲୋକେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କୁ ମୃତ୍ୟୁ ହୋଇଥିଲା । ପୁଷ୍ପାଞ୍ଜଳିଙ୍କ ଶ୍ୱଶୁର କହିବା ଅନୁସାରେ ପୂରା ପରିବାର ଜୟଗୁରୁ ଦୀକ୍ଷା ନେଇଥିବାରୁ ଆଜି ସକାଳୁ ସମସ୍ତେ ପ୍ରାର୍ଥନା କରିବା ପାଇଁ ବସିଥିଲେ । ପୁଷ୍ପାଞ୍ଜଳିର ଦେହ ଟିକିଏ ଅସୁସ୍ଥ ଲାଗୁଥିବା କହି ନିଜ କ୍ୱାଟରକୁ ଯାଇଥିଲେ । ପରିବାର ଲୋକେ ପ୍ରାର୍ଥନା ସାରି ଦେଖିବାରୁ ଭିତର ପଟୁ ପୁଷ୍ପା ତାଲା ଦେଇ ଭିତରେ ନିଜ ଶାଢ଼ିରେ ଆତ୍ମହତ୍ୟା କରୁଛନ୍ତି । ସଂଗେ ସଂଗେ ପରିବାର ଲୋକେ କବାଟ ଭାଙ୍ଗି ପୁଷ୍ପାଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ହସପିଟାଲକୁ ଆଣିଥିବା ବେଳେ, ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ପୁଷ୍ପାଙ୍କ ପରିବାର ଲୋକେ, ଯୌତୁକ ପାଇଁ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକେ କହିଛନ୍ତି ଯେ, ଧାର କରଜ କରି ଝିଅର ବାହାଘର କରାଇଥିଲେ । ବାହାଘର ପରେ ଜମି ବିକ୍ରି କରି ଏକ ବାଇକ ଦେବେ ବୋଲି କଥାବାର୍ତ୍ତା ହୋଇଥିଲା । ଜମି ବିକ୍ରି କରି ନପାରିବାରୁ ବହାଘରର ଦୁଇମାସ ପରେ ମଧ୍ୟ ଗାଡିଟିଏ ଯୌତୁକ ଭାବରେ ଦେଇ ପାରିନଥିଲେ । ଗତ କିଛି ଦିନ ପୂର୍ବରୁ ନୟାଗଡ ଗାଁକୁ ଯାଇଥିବା ବେଳେ ପୁଷ୍ପା କହିଥିଲେ ଯେ, ଶାଶୁଘର ଲୋକ ଭଲ ଲୋକ ନୁହନ୍ତି। ମୁଁ ଆଉ ଶାଶୁଘରକୁ ଯିବି ନାହିଁ ବୋଲି ମା’ଙ୍କୁ ପୁଷ୍ପା କହିଥିଲେ।  କିନ୍ତୁ କିଛି ଅସୁବିଧା ହେବ ନାହିଁ କହି, ମା’ ପୁଷ୍ପାକୁ ଶାଶୁଘରେ ଛାଡି ଦେଇ ଯାଇଥିଲେ ।

କିନ୍ତୁ ଆଜି ପୁଷ୍ପାଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପୁଷ୍ପାର ମା’ । ସେପଟେ ଅଭିଯୋଗ ପାଇବା ପରେ ବଲାଙ୍ଗିର ଟାଉନ ଥାନା ଅଧିକାରୀ ତୋଫାନ ବାଗ ପୋଲିସ ଟିମ ସହିତ ହସପିଟାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏଥିସହିତ ସହିତ ମୃତ ନବବଧୂଙ୍କ ସ୍ୱାମୀ ବିମାନ ଗଜେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ପୋଷ୍ଟମୋର୍ଟମ ରିପୋର୍ଟ ଆସିଲା ପରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ଜଣାଅପଡ଼ିବ ବୋଲି କହିଛନ୍ତି ଟାଉନ ଥାନା ଅଧିକାରୀ ।



from Odisha Reporter http://bit.ly/30GPGl9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages