
ଗ୍ୟାଙ୍ଗଟକ୍: ସିକ୍କିମ୍ର ଫାୟାରବ୍ରାଣ୍ଡ ନେତା ପ୍ରେମ ସିଂହ ତାମଙ୍ଗ ଓରଫ ପିଏସ୍ ଗୋଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୱନ୍ କୁମାର ଚାମ୍ଲିଙ୍ଗଙ୍କ ୨୫ ବର୍ଷର ଶାସନର ଅନ୍ତ ଘଟାଇଛନ୍ତି। ଶେଷରେ ସିକ୍କମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍ ) ସିକ୍କିମ୍ରେ ନୂଆ ସରକାର କରିବା ନିଶ୍ଚିତ ହୋଇଛି।
ସିକ୍କିମ୍ର ମୋଟ ୩୨ ଆସନରୁ ଗୋଲେଙ୍କ ଏସ୍କେଏମ୍ ୧୭ଟିରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ୧୫ଟିରେ ସୀମିତ ରହିଛି। ଗୁରୁବାର ରାତିରେ ହିଁ ୩୨ ଆସନର ଗଣତି ସରିଛି। ଦଳ ପଛରେ ପଡ଼ିଥିଲେ ମଧ୍ୟ ଚାମ୍ଲିଙ୍ଗ ୨ଟି ଆସନରୁ ଜିତିଛନ୍ତି। ସେ ଅଷ୍ଟମ ଥର ପାଇଁ ବିଧାୟକ ହୋଇଥିବାବେଳେ ଏଥର ଉଭୟ ପୋକ୍ଲୋକ୍-କାମ୍ରାଙ୍ଗ ଏବଂ ନାମଚି ସିଙ୍ଘିଥାଙ୍ଗ ଆସନରୁ ସେ ବିଜୟୀ ହୋଇଛନ୍ତି।
ଏସ୍କେଏଫ୍ ଶୁକ୍ରବାର ସଂସଦୀୟ ବୋର୍ଡର ବୈଠକ ଡାକି ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିର୍ବାଚିତ କରିବ। ପିଏସ୍ ଗୋଲେ ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇସାରିଥିବା ଦଳ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2HQmFeg
No comments:
Post a Comment