ବଡ଼ବଡ଼ିଆଙ୍କ ପିଲାବେଳ ସତରେ କ’ଣ ଥିଲା ଏମିତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ବଡ଼ବଡ଼ିଆଙ୍କ ପିଲାବେଳ ସତରେ କ’ଣ ଥିଲା ଏମିତି…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିହ୍ନିଲେ ଦେଖି ଏମାନେ କିଏ ? ଆପଣ ଭାବୁଥିବେ କୌଣସି ପରୀକ୍ଷାର ଟପ୍‌ ୧୦ରେ ନିହାତି ଭାବେ ସ୍ଥାନ ପାଇଥିବେ। ଏଥିଲାଗି କରିବାକୁ ପଡ଼ିଥିବ ସେମାନଙ୍କୁ ବେଶ୍‌ ପରିଶ୍ରମ। ଆଉ ଫଟୋରେ ଖୁବ୍‌ ଖୁସି ଥିବା ପରି ବି ନଜର ଆସୁଛନ୍ତି। ତେବେ ମନରେ ଏବେ ଉଙ୍କି ମାରିବ, ଏମାନେ କେଉଁ ପରୀକ୍ଷାର୍ଥୀ, କେତେ ପ୍ରତିଶତ ମାର୍କ ରଖିଲେ, ନିଜ ସଫଳତାର ଶ୍ରେୟ କାହାକୁ ଦେଲେ ?

ହେଲେ ଏଠାରେ ଆମେ କହି ରଖିବାକୁ ଚାହୁଁଛୁ, ଏମାନେ ପରୀକ୍ଷାର୍ଥୀ ସତ। କିନ୍ତୁ ସେମାନେ କୌଣସି ଏକାଡେମିକ ପରୀକ୍ଷାର୍ଥୀ ନୁହଁନ୍ତି। ବରଂ ଆମ ରାଜ୍ୟ ଓ ଜାତୀୟ ରାଜନୈତିକ ଦୃଶ୍ୟପଟର ବେଶ ଜଣାଶୁଣା ଯୋଦ୍ଧା। ଆଉ ଏହା ହେଉଛି ସେହି ବଡ ବଡ ନେତାଙ୍କ କୁନି କୁନି ମୁହଁ। ଏବେ ଏହି ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ମତାମତ ଢେର ଆସୁଥିବା ବେଳେ ଲୋକଙ୍କୁ ଏହା ମଜାର ଖୋରାକ ବି ଯୋଗାଉଛି।

ଏହି ପରୀକ୍ଷାର୍ଥୀଙ୍କ ଫଳ ବାହାରିନି। ତାହା ଏବେ ସିଲ୍‌ ଅଛି ଇଭିଏମ୍‌ ମେଶିନରେ। ଫଳ ବାହାରିବ ଆସନ୍ତା ୨୩ରେ। ପରୀକ୍ଷା ପରେ ଫଳ ବାହାରିବା ପୂର୍ବରୁ ପିଲାମାନେ ଟେନସନ ଫ୍ରି ହୋଇ ମଉଜ ମଜଲିସ୍‌ରେ ମାତି ଯାଉଥିବା ବେଳେ ଏମାନେ କିନ୍ତୁ ଅଙ୍କ କଷାରେ ଲାଗି ଗଲେଣି। କିପରି ଛୁଇଁବେ ମ୍ୟାଜିକ୍ ନମ୍ବର। ଗଠନ କରିବେ ସରକାର। ନ ହେଲେ ପୁଣି ୫ ବର୍ଷକୁ ଅପେକ୍ଷା । ତେଣୁ ନମ୍ବର ଦୌଡ଼ରେ କିଏ କେତେ ଆଗକୁ ଯାଇପାରୁଛି। କିପରି ରଣନୀତି ଆପଣାଇ ବିରୋଧୀଙ୍କୁ ବି ନିଜ ମେଳିରେ ସାମିଲ କରିପାରୁଛି, ସିଏ ହିଁ ହେବ ଏହି ପରୀକ୍ଷାର ସଫଳ ପରୀକ୍ଷାର୍ଥୀ। ନଚେତ ବସିବାକୁ ପଡ଼ିପାରେ ବିରୋଧୀ ସିଟ୍‌ରେ।



from Odisha Reporter http://bit.ly/2JuvX2G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages