ପ୍ରଜ୍ଞା ଠାକୁର ଜଣେ ‘ଆତଙ୍କବାଦୀ’: ସିଦ୍ଧରମୈୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପ୍ରଜ୍ଞା ଠାକୁର ଜଣେ ‘ଆତଙ୍କବାଦୀ’: ସିଦ୍ଧରମୈୟା

ହୁଗୁଳି, କର୍ଣ୍ଣାଟକ: କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଜଣେ ‘ଆତଙ୍କବାଦୀ’ ବୋଲି କହିଛନ୍ତି। ଜାତିର ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ସାଧ୍ୱୀ ପ୍ରଜ୍ଞା ‘ଦେଶଭକ୍ତ’ କହିବା ପ୍ରସଙ୍ଗରେ ସିଦ୍ଧରମୈୟା ଏହି ମନ୍ତବ୍ୟ ଦେଇଛନ୍ତି।
 
ସାଧ୍ୱୀଙ୍କ ସହିତ କର୍ଣ୍ଣାଟକ ବିଜେପିର ଦୁଇ ସାଂସଦ ଅନନ୍ତ ହେଗଡେ ଏବଂ ନବୀନ କଟୀଲ ମଧ୍ୟ ଗଡସେକୁ ‘ଦେଶଭକ୍ତ’ ବୋଲି ଦର୍ଶାଇଥିଲେ। ଏହି ଦୁଇ ବିଜେପି ସାଂସଦଙ୍କୁ ମଧ୍ୟ ସିଦ୍ଧରମୈୟା ସମାଲୋଚନା କରିଛନ୍ତି। ତେବେ ସାଧ୍ୱୀ ପ୍ରଜ୍ଞା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଛନ୍ତି।
 
ଗତକାଲି ପ୍ରଧାନମନ୍ତ୍ରୀ ସାଧ୍ୱୀଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହିତ ସେ କେବେ ତାଙ୍କୁ କ୍ଷମା ଦେଇପାରିବେ ନାହିଁ ବୋଲି କହିଥିଲେ। ସେହିପରି ବିଜେପିର ଶୃଙ୍ଖଳା କମିଟି ମଧ୍ୟ ଏହି ତିନି ବିଜେପି ନେତାଙ୍କୁ ଗଡସେ ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 


from Odisha Reporter http://bit.ly/2HwCZAy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages