ରବିବାର ଅନ୍ତିମ ପର୍ଯ୍ୟାୟ ଭୋଟ, ନିର୍ଦ୍ଦାରଣ ହେବ ପ୍ରଧାନମନ୍ତ୍ରୀଙ୍କ ଭଳି ଅନେକ ହେବିଓ୍ୱେଟଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ରବିବାର ଅନ୍ତିମ ପର୍ଯ୍ୟାୟ ଭୋଟ, ନିର୍ଦ୍ଦାରଣ ହେବ ପ୍ରଧାନମନ୍ତ୍ରୀଙ୍କ ଭଳି ଅନେକ ହେବିଓ୍ୱେଟଙ୍କ ଭାଗ୍ୟ

ନୂଆଦିଲ୍ଲୀ : ରାତି ପାହିଲେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ। ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍‍ ପଡ଼ିବ। ପଞ୍ଜାବର ସମସ୍ତ ୧୩ଟି ଆସନ, ଉତ୍ତର ପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି, ଝାଡ଼ଖଣ୍ଡର ୩ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଆସନ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ ଆସନ ପାଇଁ ମତଦାନ ହେବ।

୫୯ ଲୋକସଭା ଆସନର ପ୍ରାୟ ୬ କୋଟିରୁ ଅଧିକ ଭୋଟର ରହିଛନ୍ତି। ୫୯ଟି ଲୋକସଭା ଆସନରେ ଚଳିତଥର ମୋଟ ୯୧୮ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ପର୍ଯ୍ୟାୟରେ ବାରଣାସୀ ଲୋକସଭା ଆସନର ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ମୋଦି, ଗୁରୁଦାସପୁରରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା ସନ୍ନି ଦେଓଲ, ଗାଜିପୁର ଆସନର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା, ଚଣ୍ଡୀଗଡ ଆସନରୁ ବିଜେପିର କିରନ ଖେର ଏବଂ କଂଗ୍ରେସର ପଓ୍ୱନ ବଂଶଲଙ୍କ ଭଳି ଚର୍ଚ୍ଚିତ ପ୍ରାର୍ଥୀ ରହିଛନ୍ତି।



from Odisha Reporter http://bit.ly/2JMtBvj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages