ସ୍ୱାମୀ ଦେଖିବାକୁ କଳା ବୋଲି ନିଆଁ ଲଗାଇ ମାରିଦେଲା ସ୍ତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ସ୍ୱାମୀ ଦେଖିବାକୁ କଳା ବୋଲି ନିଆଁ ଲଗାଇ ମାରିଦେଲା ସ୍ତ୍ରୀ!

ବରେଲି (ୟୁପି): ସ୍ୱାମୀଙ୍କ ଦେହର ରଙ୍ଗ କଳା ବୋଲି ସେ ଶୋଇଥିବା ଅବସ୍ଥାରେ ହିଁ ଧର୍ମପତ୍ନୀ ତାଙ୍କ ଦେହରେ ନିଆଁ ଲଗାଇ ପୋଡ଼ିଦେଇଥିବାର ଖବର ମିଳିଛି। ଏଭଳି ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି। ସୋମବାର ପତ୍ନୀ ପ୍ରେମଶ୍ରୀ ତାଙ୍କ ସ୍ୱାମୀ ସତ୍ୟବୀର ସିଂହଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଅତି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସତ୍ୟବୀରଙ୍କ ଭାଇ ହରବୀର ସିଂହଙ୍କ କହିବା ଅନୁଯାୟୀ, ତାଙ୍କ ଭାଇ ଦେଖିବାକୁ ଭୀଷଣ କଳା ହୋଇଥିବାରୁ ତାଙ୍କର ‘ଗୋରୀ’ ପତ୍ନୀ ତାଙ୍କୁ ଘୃଣା କରୁଥିଲେ। ସ୍ୱାମୀଙ୍କ ବର୍ଣ୍ଣ ନେଇ ସେ ସବୁବେଳେ ଖୋଲାଖୋଲି ବିରକ୍ତି ଓ ଅସନ୍ତୋଷ ପ୍ରକାଶ କରୁଥିଲେ, କିନ୍ତୁ ସେ ଶେଷରେ ଏଭଳି ପଦକ୍ଷେପ ନେବେ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ।

ତାଙ୍କ ବାହାଘରକୁ ୨ ବର୍ଷ ହୋଥିବାବେଳେ ତାଙ୍କର ୫ ମାସର ଗୋଟିଏ ଝିଅ ମଧ୍ୟ ଅଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି, ଅଭିଯୁକ୍ତ ପତ୍ନୀ ପ୍ରେମଶ୍ରୀଙ୍କ ନାଁରେ ପ୍ରଥମେ ଧାରା ୩୦୭ (ହତ୍ୟା ଉଦ୍ୟମ) ଦଫା ଲାଗିଥିଲା, କିନ୍ତୁ ସତ୍ୟବୀରଙ୍କ ମୃତ୍ୟୁ ପରେ ଏହା ଧାରା ୩୦୨ (ହତ୍ୟା)କୁ ପରିବର୍ତ୍ତିତ ହୋଇଯାଇଛି।



from Odisha Reporter http://bit.ly/2JGkahc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages