
ନୂଆଦିଲ୍ଲୀ: ପୂର୍ବରୁ ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ସପ୍ତାହକୁ ୬ ଦିନ କାମ କରିବାକୁ ପରାମର୍ଶ ଦେଇଥିବା ‘ଆଲିବାବା’ ପ୍ରତିଷ୍ଠାତା ଜ୍ୟାକ୍ ମା ଏବେ ଯୌନ ସମ୍ପର୍କ ବାବଦରେ ତାଙ୍କ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅର୍ଥାତ କର୍ମସ୍ଥଳୀରେ ‘୯-୯-୬’ ଫର୍ମୁଲା ଆପଣାଇବାକୁ ସେ କହିଥିବା ବେଳେ କର୍ମଚାରୀମାନଙ୍କ ଉନ୍ନତ ବ୍ୟକ୍ତିଗତ ଜୀବନ ପାଇଁ ‘୬-୬-୯’ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ୬ ଦିନରେ ୬ଥର ଯୌନ ସମ୍ପର୍କ ରକ୍ଷା କରିବା ଆବଶ୍ୟକ ଏବଂ ଏଥିରେ କେତେ ସମୟ ବିତାଉଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଚାଇନାର ସବୁଠାରୁ ବଡ଼ ଧନୀ ଜ୍ୟାକ୍ ତାଙ୍କ ଦେଶରେ ଆଲିବାବା କର୍ମଚାରୀଙ୍କ ଗଣବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, କାମରେ ଆମେ ଯେମିତି ‘୯୯୬’କୁ ଗୁରୁତ୍ୱ ଦେଉଛେ, ଜୀବନରେ ‘୬୬୯’କୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ମେ ୧୦କୁ ଚାଇନାର ହାଙ୍ଗଝଉଠାରେ ଥିବା ଆଲିବାବା ମୁଖ୍ୟାଳୟରେ ‘ଆଲି ଦିବସ’ ଭାବରେ ପାଳନ କରାଯାଏ। ପ୍ରତିବର୍ଷ ଏଠାରେ ଗଣବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ପୂର୍ବରୁ ଟେକ୍ ଇଣ୍ଡଷ୍ଟ୍ରୀରେ ‘୯୯୬’ ବେଶ ସମାଲୋଚିତ ହୋଇଥିଲା। ଏବେ ‘୬୬୯’କୁ ନେଇ ମଧ୍ୟ ସୋଶାଲ ମିଡିଆ ବେଶ୍ ମୁଖର ହୋଇଛି। କେହି କେହି ଲେଖିଛନ୍ତି, ସକାଳ ୯ରୁ ରାତି ୯ କାମ କରିବା ପରେ ଆଉ କୋଉ ‘୬୬୯’ ପାଇଁ ଏନର୍ଜି ଥିବ ଯେ। ଜ୍ୟାକ୍ଙ୍କ ‘୬୬୯’ ଉକ୍ତି ଆଲିବାବାର ସୋଶାଲ ମିଡିଆ ପେଜ୍ରେ ‘ଆଖିମରା ସ୍ମାଇଲି’ ସହ ପୋଷ୍ଟ ହେବା ପରେ ଅନ୍ୟ କିଛି ବ୍ୟକ୍ତି ନକାରାତ୍ମକ ଭାବରେ ଲେଖିଛନ୍ତି, “ସର୍ବସାଧାରଣରେ ଏମିତି ଶସ୍ତା କଥା କହି ଏଭଳି ଭାବରେ ପ୍ରୋତ୍ସାହନ ମଧ୍ୟ ଦେଉଛ। ଛୋଟ ଛୁଆଙ୍କ ପାଇଁ ତୁମେ କେତେ ଦାୟିତ୍ୱବାନ୍ ଏଥିରୁ ଜଣାପଡ଼ୁଛି।”
from Odisha Reporter http://bit.ly/2JiSfED
No comments:
Post a Comment