ପାଟକୁରାରେ ଜିଲ୍ଲାପାଳଙ୍କ ସହଯୋଗରେ ରିଲିଫ ସାମଗ୍ରୀରେ ରହୁଛି ଶଙ୍ଖ ଚିହ୍ନ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ପାଟକୁରାରେ ଜିଲ୍ଲାପାଳଙ୍କ ସହଯୋଗରେ ରିଲିଫ ସାମଗ୍ରୀରେ ରହୁଛି ଶଙ୍ଖ ଚିହ୍ନ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଉଥିବା ସରକାରୀ ରିଲିଫ ସାମଗ୍ରୀରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଲଗାଯାଉଛି। ଆଉ ସ୍ଥାନୀୟ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀଙ୍କ ସହଯୋଗରେ ଏସବୁ ଚାଲିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲାପାଳ ଶ୍ରୀ ଚୌଧୁରୀଙ୍କ ସହଯୋଗରେ ବିଜେଡି ଚିହ୍ନ ଲଗାଇ ସରକାରୀ ରିଲିଫ ସାମଗ୍ରୀ ବଣ୍ଟନ କରାଯିବା ଉପରେ ତୁରନ୍ତ କଟକଣା ଜାରି ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସରକାରଙ୍କର ରିଲିଫକୁ ବିଜେଡି ନାଁରେ ବାଣ୍ଟିବା ଖୋଲାଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି। ସରକାରୀ ଅର୍ଥରେ ବିଜେଡି ନିଜର ପ୍ରଚାର କରୁଥିବାରୁ ଏହା ଏକ ଅପରାଧ ମଧ୍ୟ।

ସେହିପରି ଯେଉଁମାନେ ଶାସକ ବିଜେଡିକୁ ଭୋଟ ଦେଇନାହାନ୍ତି, ସେମାନଙ୍କୁ ରିଲିଫ୍ ସାମଗ୍ରୀ ମିଳୁନାହିଁ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜେପି କର୍ମୀମାନେ ବିଜେପିକୁ ଭୋଟ ଦେଇଥିବାରୁ ସେମାନଙ୍କୁ ରିଲିଫ ମିଳୁନାହିଁ। ସମସ୍ତ ରିଲିଫ ବଣ୍ଟନ ପ୍ରକିୟା ଏବେ ଶାସକ ବିଜେଡିର ନେତାମାନଙ୍କ ନିୟନ୍ତ୍ରଣରେ କରାଯାଉଛି। ବିଜେପି କର୍ମକର୍ତ୍ତାମାନେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନି। ସରକାରୀ ରିଲିଫକୁ ବିଜେଡି ଦଳର ନେତାମାନେ ନିଜର ଦଳୀୟ ଚିହ୍ନ ଲଗାଇ ବାଣ୍ଟୁଛନ୍ତି। ରିଲିଫ୍ ବଣ୍ଟନ ପକ୍ରିୟାରେ ନିରପେକ୍ଷତା ଏବଂ ସମାନତା ରକ୍ଷା କରିବା ସହ ପାଟକୁରାରେ ବିଧାନସଭା ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି।

ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚୌଧୁରୀ ପାଟକୁରା ନିର୍ବାଚନରେ ବିଜେଡି ପାଇଁ କାମ କରିବାର ଆଶଙ୍କା ରହିଛି। ପୂର୍ବରୁ ସେ ବିଜୁ ଯୁବ ବାହିନୀର ସିଇଓ ଦାୟିତ୍ୱରେ ଥିବାବେଳେ ବିଜେଡି ପାଇଁ ଭୋଟ ମାଗିବା, ଗୁଣ୍ଡାଗର୍ଦ୍ଦି କରିବା ଏବଂ ବେଆଇନଭାବେ ମୋବାଇଲ୍ ବଣ୍ଟନ କାର୍ଯ୍ୟ କରିଥିବାର ଅଭିଯୋଗ ତାଙ୍କ ନାଁରେ ଅଛି। ଶ୍ରୀ ଚୌଧୁରୀ ଏଠାରେ ବେଆଇନ ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରି ଶାସକ ବିଜେଡି ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି। ଶ୍ରୀ ଚୌଧୁରୀଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଏଥିରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ଆଜିର ଏହି ପ୍ରତିନିଧି ଦଳରେ ବିଜେପି ନେତା ପ୍ରକାଶ ମିଶ୍ର, ଇରାଶିଷ ଆଚାର୍ଯ୍ୟ, ଦିଲ୍ଲୀପ ମଲ୍ଲିକ, ସୁରଥ ବିଶ୍ୱାଳ, ଉମାକାନ୍ତ ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।



from Odisha Reporter http://bit.ly/2E7DBvv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages