ନିର୍ବାଚନ ଫଳାଫଳ ଆସିବାରେ ବିଳମ୍ୱ ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ନିର୍ବାଚନ ଫଳାଫଳ ଆସିବାରେ ବିଳମ୍ୱ ହୋଇପାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ଗଣତି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ୨୩ ତାରିଖରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌ରେ ହୋଇଛି ବ୍ୟାପକ ପ୍ରସ୍ତୁତି। ତେବେ ଏଥର ଫଳାଫଳ ଆସିବାରେ ବିଳମ୍ବ ହେବ। ପ୍ରଥମ ଥର ପାଇଁ ଭିଭିପ୍ୟାଟ୍ ପେପର୍ ସ୍ଲିପ୍ କାଉଣ୍ଟିଂ ସହ ୨୦୧୪ ତୁଳନାରେ ୧୭୬୧ଟି ବୁଥ୍ ବଢିଥିବାରୁ ରେଜଲ୍ଟ ଆସିବାକୁ ଅଧିକ ସମୟ ଲାଗିବ।

ପ୍ରଥମରୁ ୭ଟି ଲେଖାଏ ଟେବୁଲ୍‌ରେ ଗଣତି ପାଇଁ ସ୍ଥିର ହୋଇଥିବା ବେଳେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ୨୨ଟି ଜିଲ୍ଲାରେ ଆଉ ୪୧୧ଟି ଟେବୁଲ୍ ବଢ଼ାଯାଇଛି। ତା’ସହ ୧ଲକ୍ଷ ପୋଷ୍ଟାଲ ବାଲଟ୍, ୪୩ ହଜାରରୁ ଅଧିକ ସର୍ଭିସ୍ ଭୋଟର୍ ଦେଇଥିବା ଭୋଟ୍ ସହ ଇଭିଏମ୍ ଗଣତି ଏକାସମୟରେ ଚାଲିବ। ଏଥିପାଇଁ ୬୩ଟି କାଉଣ୍ଟିଂ ସେଣ୍ଟର କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର ବିଧାନସଭା ଆସନ ପାଇଁ ସର୍ବନିମ୍ନ ୧୯ ରାଉଣ୍ଡ ଓ ପାଟଣାଗଡ଼ ପାଇଁ ସର୍ବାଧିକ ୪୯ଟି ରାଉଣ୍ଡରେ ଗଣତି ହେବ। ତେବେ ସବୁ ନିର୍ବାଚନମଣ୍ଡଳୀରେ ହାରାହାରି ୩୦ ରାଉଣ୍ଡର ଗଣତି ସରିବ। ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍‌ରେ ଯଦି ମକପୋଲ୍‌ ଭୋଟ୍ ରହିଯାଇଥାଏ, ତାହାଲେ ଭିଭିପାଟ୍ ସ୍ଳିପ୍ ଗଣତି ହେବ। ଇଭିଏମ୍ କାଉଣ୍ଟିଂ ସରିବା ପରେ ୫ଟି ବୁଥ୍‌ରେ ଭୋଟ୍ ସହ ଭିଭିପାଟ୍ ପେପର୍ ସ୍ଳିପ୍ ସଂଖ୍ୟାକୁ ମେଳ କରାଯିବ। ଯଦି ମେଳ ନହୁଏ ସେ କ୍ଷେତ୍ରରେ କଣ କରିବାକୁ ହେବ, ସେ ବିଷୟରେ ନିର୍ବାଚନ କମିଶନ୍ ନିଷ୍ପତ୍ତି ନେବେ। କାଉଣ୍ଟିଂ ସମୟରେ ଭିଡିଓଗ୍ରାଫି ମଧ୍ୟ କରାଯିବ। ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍ ଓ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ନେବା ଉପରେ ମଧ୍ୟ କଟକଣା ରହିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

କାଉଣ୍ଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫଳାଫଳ ନେଇ ଗଣତି କେନ୍ଦ୍ରରେ ଘୋଷଣା କରାଯିବା ସହ ସିଇଓ ଅଫିସ୍, ଜୟଦେବ ଭବନରେ LED ସ୍କ୍ରିନ୍‌ର ବ୍ୟବସ୍ଥା କରାଯିବ। ଏହା ବାଦ www.results.eci.gov.in ୱେବସାଇଟ୍ ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିହେବ।



from Odisha Reporter http://bit.ly/2WUDH0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages